28.1 C
Bhubaneswar
Saturday, July 27, 2024
Homeବ୍ରେକୀଙ୍ଗଟସ ହାରି ପ୍ରଥମେ ବ୍ୟାଟିଂ କରୁଛି କୋଲକତା

ଟସ ହାରି ପ୍ରଥମେ ବ୍ୟାଟିଂ କରୁଛି କୋଲକତା

ନୂଆଦିଲ୍ଲୀ : ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ ୨୦୨୦ର ୧୨ତମ ମ୍ୟାଚ କୋଲକତା ନାଇଟ ରାଇଡର୍ସ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯାଉଛି । ଏହି ମ୍ୟାଚରେ କୋଲକତା ଦଳ ନିଜର ବ୍ୟାଟିଂ ଆରମ୍ଭ କରିଛି । ଦଳ ପକ୍ଷରୁ ସୁନୀଲ ନାରାୟଣ ଓ ଶୁବମାନ ଗିଲ ବ୍ୟାଟିଂ ଆରମ୍ଭ କରିଛନ୍ତି । ସର୍ବଶେଷ ଖବର ଅନୁସାରେ କୋଲକତା ୩ ଓଭରରେ ୧୪ ରନ କରିଛି ।

ଏହା ପୂର୍ବରୁ ରାଜସ୍ଥାନ ଦଳର ଅଧିନାୟକ ଷ୍ଟିଭ ସ୍ମିଥ ଟସ ଜିଣି କୋଲକତାକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ । ରାଜସ୍ଥାନ ରୟାଲ୍ସ ଦଳ ଏପର୍ଯ୍ୟନ୍ତ ୨ଟି ମ୍ୟାଚ ଖେଳି ୨ଟି ବିଜୟ ସହ ୪ ପଏଣ୍ଟ ପାଇଛି ଓ ପଏଣ୍ଟ ଟେବୁଲର ପ୍ରଥମ ସ୍ଥାନରେ ରହିଛି । ମାତ୍ର କୋଲକତା ନାଇଟରାଇଡର୍ସ ୨ଟି ମ୍ୟାଚ ଖେଳି ଗୋଟିଏ ବିଜୟ ଗୋଟିଏ ପରାଜୟ ସହ ୨ ପଏଣ୍ଟ ପାଇଛି ଓ ପଏଣ୍ଟ ଟେବୁଲର ୭ମ ସ୍ଥାନରେ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking