28.1 C
Bhubaneswar
Saturday, April 20, 2024
Homeବ୍ରେକୀଙ୍ଗସୁପ୍ରିମ କୋର୍ଟ ଆଦେଶ କୁ ଜେଲରେ ପାଳନ କରା ଯାଉନାହଁ; ଜେଲରେ କଏଦୀ ମାନଙ୍କ ସମସ୍ୟା...

ସୁପ୍ରିମ କୋର୍ଟ ଆଦେଶ କୁ ଜେଲରେ ପାଳନ କରା ଯାଉନାହଁ; ଜେଲରେ କଏଦୀ ମାନଙ୍କ ସମସ୍ୟା ପ୍ରତି ନଜର ନାହଁ ଆଦେଶ ପାଳନ କରିବାକୁ ମାନବାଧିକାର କମିଶନ ନିକଟରେ ଅଭିଯୋଗ

ଯାଜପୁର: ରାଜ୍ୟରେ ଥିବା ଜେଲଗୁଡିକର ସୁପରିଚାଳନ କଏଦୀ ମାନଙ୍କ ଆଚରଣ ଜଲେ ଭିତରକୁ ମାଦକ ଦ୍ରବ୍ୟ ନିଷେଧ ଖାଦ୍ୟ ପରିବେଷଣ ଉପରେ ମାନ୍ୟବର ସୁପ୍ରିମ କୋର୍ଟ କଡା ଆଦେଶ ଜାରି କରିଛନ୍ତି । କିନ୍ତୁ ଧର୍ମକୁ ଆଖି ଠାର ଭଳି ଜେଲରେ ପାଳନ କରାଯାଉଛି କେତେ କ ଜଲେ ସୁପରିଟେଣ୍ଟ ମାନେ ନିୟମ ଭଙ୍ଗ କରୁଛନ୍ତି । ଏହାର ଦୁଷ୍ଟାନ୍ତ ଦେଖି ବାକୁ ମିଳିଛି ଯାଜପୁର ସବ ଜେଲରେ । ଏ ସମ୍ପର୍କରେ ଟୁଟୁ ମିଶ୍ର ନାମକ ବ୍ୟକ୍ତି ମାନବାଧିକାର କମିଶ ନିକଟରେ ଏକ ଅଭିଯୋଗ କରିଛନ୍ତି । ସେ ପାରିବାରିକ ଘଟଣାକୁ ନେଇ ପୋଲିସ ତାଙ୍କୁ ଯାଜପୁର ଜେଲକୁ ପଠାଇ ଥିଲା । ସେଠାରେ ତାଙ୍କୁ ବିଚାରଧୀନ ଜେଲ ଭୋଗୁ ଥିବା କଏଦୀ ମାନେ ମାନସିକ ଶାରୀରିକ ଚାପ ପକାଇ ଥିଲେ । ନିକୃଷ୍ଟ ଧରନ ଖାଦ୍ୟ ଖାଇବାକୁ ଦିଆଯାଇଥିଲା ।ଜେଲ ଭିତରକୁ ବିଭିନ୍ନ ମାଦକ ଦ୍ରବ୍ୟ ଯଥା ମଦ ଗଂଜେଇ ବିଡି ପାନ ପ୍ରଭୁତି ଜେଲ କର୍ମଚାରୀ ମାନେ କଏଦୀ ମାନଙ୍କୁ ଯୋଗାଉଛନ୍ତି । ତାଂକ ପ୍ରତି ହୋଇଥିବା ଅନ୍ୟାୟ ସମ୍ପର୍କରେ ଜେଲ କର୍ତ୍ତୃପକ୍ଷଙ୍କୁ ଅବଗତ କରିଥିଲେ । କୌଣସି ସୁଫଳ ମିଳିଲା ନାହଁ ସେ ମାନବାଧିକାର ଅଧକ୍ଷ ନୂଆ ଦିଲ୍ଲୀ ନିକଟରେ ଅଭିଯୋଗ କରିଥିଲେ । ଅଧ୍ୟକ୍ଷ ଅଭିଯୋଗ ପତ୍ରକୁ ଗ୍ରହଣ କରି କଟକ ସର୍କଲ ଜଲେ ସିନିଅର ସୁପେରିଟେଣ୍ଟଙ୍କୁ ତଦନ୍ତ ପାଇଁ ନିର୍ଦେଶ ଦେଇଥିଲେ । ଚିଠି ନଂ୯୭୧୦ ତାରିଖ ୮/୯/୨୦୨୦ରେ ଅଭିଯୋଗ କାରି ଟୁଟୁ ମିଶ୍ର ଙ୍କୁ ଚେୟାରମ୍ୟାନ N.H.R.C..lndian, New.Delhi.ଙ୍କୁ ୨୫/୧୧/୨୦୧୯ ଅଭିଯୋଗ କୁ ତଦନ୍ତ ପାଇଁ ନୋଟିସ କରିଥିଲେ । ୧୬/୯/୨୦ ରେ ଯାଜପୁର ସବ ଜେଲରେ ହାଜରହୋଇ ତଦନ୍ତରେ ଅଭିଯୋଗ ସମ୍ପର୍କରେ ପ୍ରମାଣ ଦେବା ସହ ସାହାଯ୍ୟ କରିବାକୁ ଚିଠି କରି ଥିଲ । ଜେଲ ଭିତରକୁ ମାଦକ ଦ୍ରବ୍ୟ ବନ୍ଦ କରା ଯିବା ସଂଗେ ମାନ୍ୟବର ସୁପ୍ରିମ କୋର୍ଟ ଆଦେଶକୁ କଡା କରି ପାଳନ କରିବାକୁ ଦାବି ହେଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking