28.1 C
Bhubaneswar
Friday, April 26, 2024
Homeଖେଳଆଇପିଏଲ ୨୦୨୦: କିଙ୍ଗସ୍ ଇଲେଭେନ୍ ପଞ୍ଜାବ ର ବଡ଼ ବିଜୟ; ରେକର୍ଡ କଲେ ରାହୁଲ

ଆଇପିଏଲ ୨୦୨୦: କିଙ୍ଗସ୍ ଇଲେଭେନ୍ ପଞ୍ଜାବ ର ବଡ଼ ବିଜୟ; ରେକର୍ଡ କଲେ ରାହୁଲ

ନୂଆଦିଲ୍ଲୀ: ରୋୟାଲ ଚ୍ୟାଲେଞ୍ଜର୍ସର ଅଧିନାୟକ ବିରାଟ କୋହଲିଙ୍କ ଲାଗି ଗୁରୁବାର ଦିନ ପଡ଼ିଆ ନୈରାଶ୍ୟଜନକ ରହିଛି । ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ କିଙ୍ଗସ୍ ଇଲେଭେନ ପଂଜାବ ବିରୋଧରେ ଟସ ବ୍ୟତୀତ ଆଉ ଅନ୍ୟ ଜିନିଷ ନିଜ ସପକ୍ଷରେ ଯାଇ ନାହିଁ । ବିରାଟଙ୍କ ଆଶା ଥିଲା ଯେ, ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ)-୨୦୨୦ର ୬ଷ୍ଠ ମ୍ୟାଚରେ ତାଙ୍କ ଟିମ ଯେକୌଣସି ଲକ୍ଷ୍ୟ ହାସଲ କରିବାକୁ ସକ୍ଷମ ହେବ । ଏହି ଲକ୍ଷ୍ୟ ନେଇ କୋହଲି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ମ୍ୟାଚର ପ୍ରଥମ ୧୬ ଓଭର ପର୍ଯ୍ୟନ୍ତ ଖେଳ ସମାନ ସ୍ତରରେ ଗତି କରିଥିଲା । କିଙ୍ଗସ ଇଲେଭେନ ପଂଜାବର ସ୍କୋର ୩ ୱିକେଟରେ ୧୩୨ ଥିଲା । ଏହା ପରେ ବିରାଟ କୋହଲି ଖରାପ ଫିଲ୍ଡିଙ୍ଗ କାରଣରୁ ପଂଜାବ ଟିମକୁ ଲାଭ ହେଲା । ଆରସିବିର ବୋଲର କେଏଲ ରାହୁଲଙ୍କୁ ତାଙ୍କର ଶତକ ହାସଲ କରିବା ପୂର୍ବରୁ ୨ ଥର ଆଉଟ କରିବାକୁ ସୁଯୋଗ ପାଇଥିଲେ । ଉଭୟ ୨ଟି ସୁଯୋଗ ବିରୋଟ କୋହଲିଙ୍କ ହାତରୁ କ୍ୟାଚ ଖସିଥିଲା । ରାହୁଲ ୮୩ ରନରେ ବ୍ୟାଟିଂ କରୁଥିବା ବେଳେ ପ୍ରଥମ ଜୀବନଦାନ ପାଇଥିଲେ । ସେହିଭଳି ୮୯ ରନରେ ପୁଣି ଥରେ ଜୀବନଦାନ ପାଇଥିଲେ । ସେ ୨ୟ ଥର ଜୀବନଦାନ ପାଇବା ପରେ ପୁଣି ୪୩ ରନ କରିଥିଲେ । ଫଳରେ ପଂଜାବ ଟିମ ଶେଷ ୪ ଓଭରରୁ ୭୧ ରନ ସଂଗ୍ରହ ସହ ୨୦୬ ରନରେ ପହଂଚିଥିଲା । ଦ୍ୱିତୀୟ ଇନିଂସରେ ୨୦୭ ରନ ବିଜୟ ଲକ୍ଷ୍ୟ ନେଇ ବିରାଟ କୋହଲିଙ୍କ ଟିମ ୧୭ ଓଭରରରେ ସମସ୍ତ ୱିକେଟ ହରାଇ ୧୦୯ ରନ ସଂଗ୍ରହ କରିଥିଲା । ଏଥିରେ ୱାସିଂଟନ ସୁନ୍ଦର ସର୍ବାଧିକ ୩୦ ରନ, ଏବି ଡିଭିଲିୟର୍ସ ୨୮ ରନ ଓ ଆରୋନ ଫିଞ୍ଚ ୨୦ ରନ ସଂଗ୍ରହ କରିଥିଲେ । ଅଧିନାୟକ କୋହଲିଙ୍କ ବ୍ୟାଟରୁ ମାତ୍ର ୧ ରନ ମିଳିଥିଲା ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking