28.1 C
Bhubaneswar
Friday, April 26, 2024
Homeଦେଶ ବିଦେଶପୁଣି ଜମ୍ମୁ-କଶ୍ମୀରରେ ଚାଲୁ ହେଲା ମୋବାଇଲ୍ ଓ ଇଣ୍ଟର୍‌ନେଟ୍ ସେବା

ପୁଣି ଜମ୍ମୁ-କଶ୍ମୀରରେ ଚାଲୁ ହେଲା ମୋବାଇଲ୍ ଓ ଇଣ୍ଟର୍‌ନେଟ୍ ସେବା

ଶ୍ରୀନଗର: ସାଧାରଣତନ୍ତ୍ର ଦିବସରେ ଜମ୍ମୁ-କଶ୍ମୀରରେ ବନ୍ଦ ଥିବା ମୋବାଇଲ୍ ଓ ଇଣ୍ଟର୍‌ନେଟ୍ ସେବାକୁ ପୁଣି ଚାଲୁ କରିଥିବାର ସୂଚନା ମିଳିଛି। ଏ ସଂପର୍କରେ ପ୍ରଶାସନିକ ଅଧିକାରୀମାନେ ଜାତୀୟ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଆଣ୍ଟି-ଭାରତ ବାର୍ତ୍ତାକୁ ସୋସିଆଲ୍ ମିଡିଆରେ ପ୍ରଘଟ କରିବାରୁ ରୋକିବା ସକା‌ଶେ ଏହି ନିଷ୍ପତ୍ତି ନିଆଯାଇ ଥାଇଥିଲା ବୋଲି କୁହାଯାଉଛି।
ସୂଚନା ଥାଉ କି ଗତ ଅଗଷ୍ଟ ୫ ତାରିଖରେ ଜମ୍ମୁ-କଶ୍ମୀରରେ ଧାରା ୩୭୦ ଉଚ୍ଛେଦ ଘଟିବା ପରେ ସେଠାରେ ମୋବାଇଲ୍ ଓ ଇଣ୍ଟର୍‌ନେଟ୍ ସେବା ବନ୍ଦ କରି ଦିଆଯାଇଥିଲା। ପୂର୍ବରୁ କିଛି ମାସ ତଳେ ମୋବାଇଲ୍ ସେବା ପୁଣି ଥରେ କାର୍ଯ୍ୟକାରୀ କରାଯାଇଥିଲେ ବି ଇଣ୍ଟର୍‌ନେଟ୍ ସେବା କିନ୍ତୁ ସେବେଠାରୁ ବନ୍ଦ ଥିଲା। ପୂର୍ବରୁ ସାଧାରଣତନ୍ତ୍ର ଦିବସ ଓ ସ୍ବାଧୀନତା ଦିବସମାନଙ୍କରେ ବିଚ୍ଛନ୍ନତାବାଦୀ ନେତାମାନେ ଜମ୍ମୁ-କଶ୍ମୀରରେ ବିରୋଧ ପ୍ରଦର୍ଶନ କରୁଥିବାର ଉଦାହରଣ ରହିଛି। ଏପରି ସମସ୍ୟାକୁ ଦୂରେଇବା ସକାଶେ ଜମ୍ମୁ-କଶ୍ମୀର ପ୍ରଶାସନ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇ ଥାଇପାରେ ବୋଲି ଅନୁମାନ କରାଯାଉଥିଲା

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking