ସମସ୍ତ ବାଧାବିଘ୍ନକୁ ସାମ୍ନା କରିବାକୁ ଆହ୍ୱାନ : ଧର୍ମେନ୍ଦ୍ର ପ୍ରଧାନ

 
 ପେଟ୍ରୋଲିୟମ ଏବଂ ଇସ୍ପାତ୍ କ୍ଷେତ୍ରରେ ମହିଳା କର୍ମଚାରୀଙ୍କ କାର୍ଯ୍ୟକୁ ପ୍ରଂଶସା
 ଆଗାମୀ ଦିନରେ ଦେଶରେ ହେବାକୁ ଥିବା ଅଭିବୃଦ୍ଧି ମହିଳାଙ୍କ ଦ୍ୱାରା ସମ୍ଭବ
 ପ୍ରଧାନମବୀଙ୍କ ସି ଇନସ୍ପେୟାର ଅସ୍ ଅଭିଯାନରେ ସାମିଲ ହେବାକୁ ନିବେଦନ
ନୂଆଦିଲ୍ଲୀ/ଭୁବନେଶ୍ୱର- ଆନ୍ତର୍ଜାତିକ ମହିଳା ଦିବସ ଅବସରରେ କେନ୍ଦ୍ରମବୀ ଧର୍ମେନ୍ଦ୍ର ପ୍ରଧାନ ତୈଳ ଓ
ଇସ୍ପାତ୍ ମବଣାଳୟର ପିଏସୟୁ ଏବଂ ସହଯୋଗୀ ସଂସ୍ଥାର ମହିଳା କର୍ମଚାରୀ ମାନଙ୍କୁ ବ୍ୟକ୍ତିଗତ ପତ୍ର ଲେଖିଛନ୍ତି । ଏହି
ପତ୍ରରେ ସେ ମହିଳା କର୍ମଚାରୀମାନଙ୍କୁ ସମସ୍ତ ବାଧାବିଘ୍ନ ତଥା ସମସ୍ତ ପ୍ରକାର ଭେଦଭାବକୁ ସାମ୍ନା କରିବା ପାଇଁ ଆହ୍ୱାନ
କରିଛନ୍ତି ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ଭାରତୀୟ ମହିଳାମାନେ ବିଭିନ୍ନ କ୍ଷେତ୍ରରେ ଉତ୍କର୍ଷ ଓ ଅଗ୍ରଣୀ ଅଟନ୍ତି । ସେମାନେ ଦୁର୍ଗମ ଅଂଚଳକୁ
ଯାଇ ନୂତନ ଲ୍ୟାଣ୍ଡମାର୍କ ସୃଷ୍ଟି କରିବା ସହ ଆମ ସମାଜ ତଥା ଅର୍ଥନୀତିକୁ ନୂଆ ରୂପ ଦେଉଛନ୍ତି । ପେଟ୍ରୋଲିୟମ ଏବଂ
ଇସ୍ପାତ୍ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଉଥିବା ମହିଳା କର୍ମଚାରୀଙ୍କ କାର୍ଯ୍ୟକୁ ପ୍ରଂଶସା କରିଛନ୍ତି ଶ୍ରୀ ପ୍ରଧାନ ।
ସେ କହିଛନ୍ତି ଯେ ବିଭିନ୍ନ ଆଲୋଚନା ସମୟରେ ମହିଳା କର୍ମଚାରୀଙ୍କ ନିଷ୍ଠା ତାଙ୍କ ବିଶ୍ୱାସକୁ ଆହୁରି ଦୃଢ କରିଛି ଯେ
ଆଗାମୀ ଦିନରେ ହେବାକୁ ଥିବା ଅଭିବୃଦ୍ଧି ତାଙ୍କ ଦ୍ୱାରା ହିଁ ସମ୍ଭବ । ଦେଶରେ ବାର୍ଷିକ ୩୦୦ ମିଲିୟନ ଟନ୍ ଇସ୍ପାତ୍‌
ଉତ୍ପାଦନ ହେଉ କିମ୍ବା ସମସ୍ତ ଭାରତୀୟଙ୍କୁ ଉର୍ଜା ନ୍ୟାୟ ପ୍ରଦାନ କରିବା ହେଉ, ଏହି ସବୁରେ ମହିଳାଙ୍କ ଯୋଗଦାନ ହିଁ
ଭାରତ ନିଜ ଲକ୍ଷ୍ୟକୁ ହାସଲ କରିବାରେ ଅଗ୍ରସର କରାଇବ ।
ଏହି ପତ୍ରରେ ଶ୍ରୀ ପ୍ରଧାନ ପ୍ରଧାନମବୀ ନରେନ୍ଦ୍ର ମୋଦିଙ୍କ ଶୁଭାରମ୍ଭ ହୋଇଥିବା ସି ଇନସ୍ପେୟାର ଅସ୍ ଅଭିଯାନରେ ମହିଳା
କର୍ମଚାରୀମାନେ ଅଂଶଗ୍ରହଣ କରିବାକୁ ନିବେଦନ କରିଛନ୍ତି