27.1 C
Bhubaneswar
Friday, May 10, 2024
Homeଓଡିଶାଆଇପିଏସ୍ ସ୍ତରରେ ଅଦଳବଦଳ

ଆଇପିଏସ୍ ସ୍ତରରେ ଅଦଳବଦଳ

ଭୁବନେଶ୍ୱର : ରାଜ୍ୟ ସରକାର ଆଜି ଆଇପିଏସ୍ ଅଫିସରସ୍ତରରେ ଅଦଳବଦଳ କରିଛନ୍ତି । ଏ ନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଜାରି ବିଜ୍ଞପ୍ତି ଅନୁସାରେ,  ରେଳବାଇ ଓ ଉପକୂଳ ସୁରକ୍ଷାର ଅତିରିକ୍ତ ଡିଜି ୧୯୯୮ ବ୍ୟାଚ୍ ଆଇପିଏସ୍ ଅଫିସର ଦୟାଲ ଗଙ୍ଗୱାରଙ୍କୁ ପୁଲିସ ଧୁନିକୀକରଣ(ମଡର୍ଣ୍ଣାଇଜେସନ)ର ଅତିରିକ୍ତ ଡିଜି ଭାବେ ବଦଳି କରାଯାଇଛି ।

୧୯୯୮ ବ୍ୟାଚ୍ ଆଇପିଏସ୍ ରାଜେଶ କୁମାରଙ୍କୁ ରେଳବାଇ ଓ ଉପକୂଳ ସୁରକ୍ଷା ଅତିରିକ୍ତ ଡିଜି ଭାବେ ବଦଳି ହୋଇଛି । ସେ ଅତିରିକ୍ତ ଭାବେ ଭୁବନେଶ୍ୱରସ୍ଥିତ ରାଜ୍ୟ ଫୋରେନ୍ସିକ ସାଇନ୍ସ ଲ୍ୟାବ୍ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ତୁଲାଇବେ । ରାଜେଶ କୁମାର ଏବେ ଏଡିଜି ମଡ଼ର୍ଣ୍ଣାଇଜେସନ ଭାବେ କାର୍ଯ୍ୟ କରୁଛନ୍ତି ।

ସେହିପରି୨୦୦୭ ବ୍ୟାଚ୍ ଆଇପିଏସ୍ ଅବିନାଶ କୁମାରଙ୍କୁ ଭୁବନେଶ୍ୱର-କଟକର ଅତିରିକ୍ତ ପୁଲିସ କମିଶନର ଭାବେ ବଦଳି ହୋଇଛି । ସେ ଏବେ ଷ୍ଟେଟ ଆମର୍ଡ ପୁଲିସର ଡିଆଇଜି ଭାବେ କାର୍ଯ୍ୟ କରୁଛନ୍ତି ।

୨୦୦୯ ବ୍ୟାଚ୍ ଆଇପିଏସ୍ ବ୍ରିଜେଶ କୁମାରଙ୍କୁ ସିକ୍ୟୁରିଟି ୱିଙ୍ଗରେ ଇଣ୍ଟେଲିଜେନ୍ସ ଡିଆଇଜି ଭାବେ ବଦଳି ହୋଇଛି । ସେ ଏବେ ଭୁବନେଶ୍ୱର-କଟକର ଅତିରିକ୍ତ ପୁଲିସ କମିଶନର ଭାବେ କାର୍ଯ୍ୟ କରୁଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking