28.1 C
Bhubaneswar
Thursday, March 28, 2024
Homeଓଡିଶାଶ୍ରୀ ଶ୍ରୀ ନଟବର ଜୀୟୁଙ୍କ ରତ୍ନମୁଦ ସହ ବଟଗୋସ୍ୱାମୀ ସ୍ଥାପନ

ଶ୍ରୀ ଶ୍ରୀ ନଟବର ଜୀୟୁଙ୍କ ରତ୍ନମୁଦ ସହ ବଟଗୋସ୍ୱାମୀ ସ୍ଥାପନ

ଯାଜପୁର : ପ୍ରାଚୀନ ବୈଦିକ ପରମ୍ପରାରେ ପ୍ରକୃତି , ପରିବେଶ ଓ ଜୀବଜନ୍ତୁ ମାନଙ୍କର ସୁରକ୍ଷା ପାଇଁ ବୃକ୍ଷ ପୂଜନର ପରମ୍ପରା କେଉଁ ଆବହମାନ କାଳରୁ ଚଳି ଆସୁଥିବା ବେଳେ ସେହି ପରମ୍ପରା ଆଧାରରେ ବେଦଜ୍ଞ ପଣ୍ଡିତ ଶ୍ରୀଯୁକ୍ତ ଶରତ ଚନ୍ଦ୍ର ଶତପଥୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଯାଜପୁର ଜିଲ୍ଲାର ଦଶରଥପୁର ବ୍ଲକ ଅନ୍ତର୍ଗତ ବାବଲପୁରସ୍ଥିତ ପ୍ରାଚୀନ ବୈଷ୍ଣବ ପରମ୍ପରାର ଆରାଧ୍ୟ ଦେବତା ଶ୍ରୀ ଶ୍ରୀ ନଟବର ଜୀୟୁଙ୍କ ବଂଶୀ କ୍ଷେତ୍ରସ୍ଥ ମନ୍ଦିରର ରତ୍ନମୁଦ କାର୍ଯ୍ୟବିଧି ଆରୟାବର୍ତନ ପରମ୍ପରା ଅନୁସାରେ ସମ୍ପାଦିତ ହୋଇଯାଇଅଛି।ପଣ୍ଡିତ ଗୁଣନିଧି ଦାଶଙ୍କ ପ୍ରତିନିଧି ସ୍ୱରୂପ ଶ୍ରୀଯୁକ୍ତ ବିଶ୍ଵଜିତ ଦାଶ ଓ ପୂର୍ଣ୍ଣିମା ରାଣୀ ଦାଶ ପୁରୋଧା ଭାବେ ଏହିକାର୍ଯ୍ୟ ସମ୍ପାଦନା କରିଥିଲେ।ପ୍ରାତଃ କାଳୀନ ସୂର୍ଯ୍ୟ ପୂଜା,ଗୁରୁ ଗୋବିନ୍ଦ ପୂଜା,ଧେନୁ ପୂଜାନ୍ତେ ରେଣୁପିଣ୍ଡ ପୂଜନ ସହ ରତ୍ନଭଣ୍ଡାରରେ ଇନ୍ଦ୍ର ଇନ୍ଦ୍ରାଣୀ ସ୍ଥାପନ ମନ୍ଦିରର ନୈରୁତ କୋଣେ ବଟ ଗୋସ୍ୱାମୀ ସ୍ଥାପନ କରାଯାଇଥିଲା।ମନ୍ଦିରର ବିଶ୍ଵକର୍ମା କାରିଗର ଭାବେ ଶିଳ୍ପୀଶ୍ରୀ ପ୍ରଶାନ୍ତ ରାଉତ,ରାଜକିଶୋର ଦାସ,ବୈଷ୍ଣବ ସେବକ ଭାବେ ସର୍ବଶ୍ରୀ ପଣ୍ଡିତ ଗୁଣନିଧି ଦାଶ,ଆନନ୍ଦ ବର୍ଦ୍ଧନ ଓ ଉର୍ବଶୀ ଦାଶ, କରୁଣାକର କର ଓ ମିନାକ୍ଷୀ ଦାଶ, ଜାନକୀ ପ୍ରଭା ଦାଶ, ଭୁପେଶ ମିଶ୍ର ଓ ଅଧ୍ୟାପିକା କନକ ଲତା ଦାଶ,ଡ଼ଃ ଜ୍ଞାନାଧୀଶ ଦାଶ,ଦୀନଦୟାଲ ଦାଶ ଓ ଶ୍ରଦ୍ଧାଞ୍ଜଳି ପଣ୍ଡା,ଅଧ୍ୟାପକ ଡ଼ଃ ଚିନ୍ମୟ ଦାଶ ,କିଶୋର ଚନ୍ଦ୍ର ଦାସ,ପର୍ଶୁରାମ ବେହେରା,ବିଶ୍ୱଜିତ ଦାସ,ମାଷ୍ଟର ମିହିର କୁମାର, ଅଭିନେତା ଶଶୀକାନ୍ତ ପଣ୍ଡା,ମାନସ ସେଠ,ଶିବାଦିତ୍ୟ ଦାଶ ,ବିଷ୍ଣୁଚରଣ ଦାଶ ଓ କଳ୍ପନା ଦାଶ, କିରଣ କୁମାର ଦାଶ, ବନସ୍ମିତା ଦାଶ, ପୂର୍ଣଚନ୍ଦ୍ର ଓ ବିଶାଖା ଦାଶ, ଧନଞ୍ଜୟ ଦାଶ, ମନଞ୍ଜୟ ଦାଶ ଆଦି ଯୋଗଦାନକରି କାର୍ଯ୍ୟକ୍ରମକୁ ସମ୍ପାଦିତ କରିଥିଲେ।ଏହି ଅବସରରେ ଶିଳ୍ପୀ ପ୍ରଶାନ୍ତ ରାଉତଙ୍କ ସମେତ ଅନ୍ୟ ଶିଳ୍ପୀ ମାନଙ୍କୁ ଅଙ୍ଗବସ୍ତ୍ର ,ଉତ୍ତରୀୟ,ଉପଢୌକନ ଓ ମାନପତ୍ର ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking