30.1 C
Bhubaneswar
Thursday, April 25, 2024
Homeଓଡିଶାବହୁଜନ କ୍ରାନ୍ତି ମୋର୍ଚ୍ଚାର ବିକ୍ଷୋଭ

ବହୁଜନ କ୍ରାନ୍ତି ମୋର୍ଚ୍ଚାର ବିକ୍ଷୋଭ

ଯାଜପୁର : ଆଜି ଯାଜପୁର ଜିଲ୍ଲାର ବହୁଜନ କ୍ରାନ୍ତି ମୋର୍ଚ୍ଚା ପକ୍ଷରୁ ଯାଜପୁର ରୋଡ ଥିବା କଳିଙ୍ଗ ନଗର ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଉତ୍ତରପ୍ରଦେଶର ହଥରସ ଅଂଚଳରେ ଜଣେ ଦଳିତ ମହିଳାକୁ ଗଣଧର୍ଷଣ ଓ ହତ୍ୟା କରାଯାଇଥିଲା ତାହାର ପ୍ରତିବାଦରେ ହତ୍ୟାକାରୀଙ୍କୁ ଫାଶୀ ଦେବା ଦାବିରେ ବିକ୍ଷୋଭ ପଦର୍ଶନ କରାଯାଇଥିଲା। ବହୁଜନ କ୍ରାନ୍ତି ମୋର୍ଚ୍ଚାର ଯାଜପୁର ଜିଲ୍ଲା ସଭାପତି ପ୍ରତାପ ଦାସଙ୍କ ନେତୃତ୍ୱରେ ଏକ ସାମାଜିକ ଦୂରତା କୋଭିଡ ନିୟମକୁ ମାନି ଶୋଭା ଯାତ୍ରା କରାଯାଇଥିଲା । ସ୍ଥାନୀୟ ତହସିଲ କାଯ୍ୟଳୟଠାରୁ ବାହାରି ବିଭିନ୍ନ ବିରୋଧୀ ନାରା ଦେଇ ଏଡ଼ିଏମ ଅଫିସକୁ ଆସି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ତୁରନ୍ତ ହତ୍ୟାକାରୀଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ପାଇଁ ରାଷ୍ଟ୍ରପତି ଉଦେଶ୍ୟରେ ଦାବି ପତ୍ର ଏଡ଼ିଏମକୁ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଚକ୍ରଧର ହାଇବ୍ରୁ, ଭିମିସେନ ମୁଣ୍ଡା, କ୍ଷୀରୋଦ ଦାସ, ଯୋଶବନ୍ତ ଜେନା, ବାବୁଲି ପୂତ୍ତି, ସିନି ସଏ, ନାରଣ ମଳିକ, ମାନସ ମାଲିକ ଅନାମ ମଳିକ, ଅଞ୍ଜଳି ଜାମୁଣ୍ଡା ମୁଣ୍ଡା. ଲକ୍ଷ୍ମୀ ବୁଡିଆ, ପଦ୍ମିନୀ ପରେ ହି ଭାରତ ମଳିକ ଜିତେନ୍ଦ୍ର ଜେନା କାର୍ତ୍ତିକ ମାଲିକ ଓ ନାରଣ ମଳିକ ପ୍ରମୁଖ ସାମିଲ ହୋଇ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking