27.1 C
Bhubaneswar
Monday, September 14, 2026
Homeଓଡିଶାସମୁଦ୍ର କୁଳରେ ଯୁବକଙ୍କ କ୍ଷତାକ୍ତ ମୃତଦେହ, ହତ୍ୟା ସନ୍ଦେହ

ସମୁଦ୍ର କୁଳରେ ଯୁବକଙ୍କ କ୍ଷତାକ୍ତ ମୃତଦେହ, ହତ୍ୟା ସନ୍ଦେହ

ଗୋପାଳପୁର: ଗଞ୍ଜାମ ଗୋପାଳପୁର ଗୋଳନ୍ଥରା ଥାନା ଅଞ୍ଚଳରେ ଅଭାବନୀୟ ଘଟଣା ଘଟିଛି। ମାର୍କଣ୍ଡି ସମୁଦ୍ର କୂଳରୁ ଜଣେ ଯୁବକଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର ହୋଇଛି। ମୃତକ ଆନ୍ଧ୍ର ପ୍ରଦେଶ କପାସ କୁଦି ଗ୍ରାମର ଭି. ଚିନ୍ନା ବୋଲି ଜଣାପଡିଛି। ମାର୍କଣ୍ଡି ସମୁଦ୍ର କୂଳରେ ଅଜଣା ଯୁବକଙ୍କ ମୃତ ଦେହ ପଡ଼ିଥିବା ଦେଖି ସ୍ଥାନୀୟ ଲୋକ ଗୋଳନ୍ଥରା ଥାନାକୁ ଖବର ଦେଇଥିଲେ।

ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଛି। ଯୁବକଙ୍କ ବେକରେ ଗଭୀର କଟା ଚି଼ହ୍ନ ରହିଥିବା ବେଳେ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ରହିଥିବା ଦେଖିବାକୁ ମିଳିଛି । ମୃତ ଚିନ୍ନା ଗତ ୧୪ ତାରିଖ ରୁ ଗାଁରୁ ନିଖୋଜ ରହିଥିଲେ ମଧ୍ୟ ଏଯାଏଁ କାବିଟି ଥାନାରେ କୌଣସି ଅଭିଯୋଗ ହୋଇ ନଥିବା ଜଣା ପଡିଛି । ଚିହ୍ନାଙ୍କୁ କେହି ଦୁର୍ବୃତ୍ତ ହତ୍ୟା କରି ସମୁଦ୍ର ରେ ଫୋପାଡ଼ି ଦେଇଥିବା ସ୍ଥାନୀୟ ଲୋକେ ସନ୍ଦେହ କରୁଛନ୍ତି । ପୁଲିସ ମୃତଦେହ ଜବତ କରି ବ୍ୟବଛେଦ ପାଇଁ ବ୍ରହ୍ମପୁର ପଠାଇଛି । ଆଜି ପରିବାର ବର୍ଗ ଗୋଳନ୍ଥରା ଆସିବେ ବୋଲି ଜଣା ପଡିଛି । ମୃତ ଚିନ୍ନା ର ମୃତଦେହ ବ୍ୟବଛେଦ ରିପୋର୍ଟ ଆସିବା ପରେ ହିଁ ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁ ସୂଚନା ଦେଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking