41.1 C
Bhubaneswar
Sunday, April 28, 2024
Homeବିଜିନେସ୍ଏଣିକି ବିଦେଶୀ ଷ୍ଟକ୍ ଏକ୍ସଚେଞ୍ଜରେ ପଞ୍ଜୀକୃତ ହୋଇପାରିବ ଭାରତୀୟ କମ୍ପାନୀ

ଏଣିକି ବିଦେଶୀ ଷ୍ଟକ୍ ଏକ୍ସଚେଞ୍ଜରେ ପଞ୍ଜୀକୃତ ହୋଇପାରିବ ଭାରତୀୟ କମ୍ପାନୀ

ମୁମ୍ବାଇ: ଭାରତୀୟ କମ୍ପାନୀଗୁଡିକ ଏଣିକି ବିଦେଶୀ ଷ୍ଟକ୍ ଏକ୍ସଚେଞ୍ଜରେ ପଞ୍ଜିକରଣ କରିପାରିବେ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି । ଏହାଦ୍ୱାରା ଭାରତୀୟ କମ୍ପାନୀଗୁଡିକ ବିଦେଶୀ ପୁଞ୍ଜି ସଂଗ୍ରହ କରିବାରେ ଅଧିକ ସଫଳ ହେବେ ବୋଲି ଜଣାପଡିଛି । କୋଭିଡ୍ ରିଲିଫ୍ ପ୍ୟାକେଜ୍ ବାବଦରେ ଦୀର୍ଘ ୩ ବର୍ଷ ପରେ କେନ୍ଦ୍ର ସରକାର ଏଥିପାଇଁ ମଞ୍ଜୁରୀ ଦେଇଥିବା ନିର୍ମଳା କହିଛନ୍ତି ।

୨୦୨୦ ମେ’ରେ କୋଭିଡ୍‌ର ଆତଙ୍କ ଚାଲିଥିବାବେଳେ ଭାରତୀୟ କମ୍ପାନୀଗୁଡିକ ବିଦେଶୀ ଷ୍ଟକ୍ ଏକ୍ସଚେଞ୍ଜରେ ପଞ୍ଜିକରଣ ପାଇଁ ସରକାରଙ୍କୁ ଅନୁମତି ଲୋଡିଥିଲେ । ତିନିବର୍ଷ ପରେ ସବୁ ଦିଗକୁ ବିଚାର କରାଯାଇ ଏଥିପାଇଁ ସବୁଜ ସଙ୍କେତ ପ୍ରଦାନ କରାଯାଇଛି । ଏହାବ୍ୟତୀତ ଭାରତୀୟ କମ୍ପାନୀଗୁଡିକ ଅହମ୍ମଦାବାଦସ୍ଥିତ ଆଇଏଫ୍‌ଏସ୍‌ସି (ଇଣ୍ଟରନ୍ୟାସନାଲ ଫାଇନାନ୍ସିଆଲ ସର୍ଭିସେସ୍ ସେଣ୍ଟର)ରେ ମଧ୍ୟ ନାମ ପଞ୍ଜିକୃତ କରିବାର ସୁଯୋଗ ପାଇବେ ବୋଲି ନିର୍ମଳା ସ୍ପଷ୍ଟ କରିଛନ୍ତି । ଭାରତୀୟ ଅର୍ଥନୀତିକୁ ଆହୁରି ସୁଦୃଢ କରିବାରେ ଏହି ନିଷ୍ପତ୍ତି ସହାୟକ ହେବ ବୋଲି ନିର୍ମଳା ଆଶାବ୍ୟକ୍ତ କରିଛନ୍ତି । ମୁମ୍ବାଇରେ ଏଏମ୍‌ସି ରେପୋ କ୍ଲିୟରିଂ ଯୋଜନାର ଶୁଭାରମ୍ଭ କରିବା ଅବସରରେ ନିର୍ମଳା ଏହି ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking