29.1 C
Bhubaneswar
Sunday, April 28, 2024
Homeବିଜିନେସ୍୨୫ କୋଟି ଜୋରିମାନାରୁ ବର୍ତ୍ତିଲେ ଅମ୍ବାନୀ ଭ୍ରାତା

୨୫ କୋଟି ଜୋରିମାନାରୁ ବର୍ତ୍ତିଲେ ଅମ୍ବାନୀ ଭ୍ରାତା

ମୁମ୍ବାଇ: ଭାରତର ଦୁଇ ପ୍ରତିଷ୍ଠିତ ଶିଳ୍ପଦ୍ୟୋଗୀ ତଥା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ତତ୍କାଳୀନ ମାଲିକ ଭ୍ରାତା ମୁକେଶ ଓ ଅନିଲ ଅମ୍ବାନୀଙ୍କ ଉପରେ ସେବି (ସିକ୍ୟୁରିଟିଜ୍ ଆଣ୍ଡ୍ ଏକ୍ସଚେଞ୍ଜ ବୋର୍ଡ ଅଫ୍ ଇଣ୍ଡିଆ) ପକ୍ଷରୁ ଲାଗୁ କରାଯାଇଥିବା ୨୫ କୋଟି ଟଙ୍କାର ଜୋରିମାନାକୁ ସିକ୍ୟୁରିଟିଜ୍ ଆପେଲେଟ୍ ଟ୍ରିବ୍ୟୁନାଲ (ସ୍ୟାଟ୍‌) କର୍ତ୍ତୃପକ୍ଷ ଖାରଜ କରିଦେଇଛନ୍ତି । ୨୦୦୦ ମସିହାରେ ଏକ କମ୍ପାନୀର ମାଲିକାନା ସ୍ୱତ୍ୱ ହାସଲ ସମୟରେ ଅମ୍ବାନୀ ଭ୍ରାତା ପ୍ରଚଳିତ ନିୟମ ଉଲ୍ଲଂଘନ କରିଥିବାରୁ ସେବି ପକ୍ଷରୁ ସେମାନଙ୍କ ଉପରେ ୨୫ କୋଟି ଟଙ୍କାର ଜୋରିମାନା ଲାଗୁ କରାଯାଇଥିଲା । ଘଟଣା ଘଟିବାର ୧୧ ବର୍ଷ ପରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌କୁ ସେବି ପକ୍ଷରୁ କାରଣ ଦର୍ଶାଅ ନୋଟିସ ଇସ୍ୟୁ କରିବା ଏବଂ ୨୧ ବର୍ଷ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଆଶ୍ଚର୍ଯ୍ୟଜନକ ବୋଲି ସ୍ୟାଟ୍ ପକ୍ଷରୁ କୁହାଯାଇଛି । ସେବି ପକ୍ଷରୁ ଲାଗୁ କରାଯାଇଥିବା ଜୋରିମାନା ପ୍ରତିବାଦରେ ଅମ୍ବାନୀ ଭ୍ରାତା ୨୦୨୧ ଏପ୍ରିଲରେ ସ୍ୟାଟ୍‌ରେ ଅପିଲ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking