28.1 C
Bhubaneswar
Thursday, May 2, 2024
Homeଖେଳସୁପର ଓଭର:ବମ୍ଫର ବିଜୟ

ସୁପର ଓଭର:ବମ୍ଫର ବିଜୟ

ହାମିଲଟନ : ହାମିଲଟନରେ ସେଡନ୍ ପାର୍କରେ ଚାଲିଥିବା ୩ୟ ଟି-୨୦ ମ୍ୟାଚର ଏକ ରୋମାଞ୍ଚକର ପରିସମାପ୍ତି ଘଟିଛି । ସୁପର ଓଭରରେ ଭାରତର ରୋମାଞ୍ଚକର ବିଜୟ । ହାମିଲଟନରେ ହାଇଭୋଲଟେଜ୍ ଟି-୨୦ ମ୍ୟାଚରେ ଟିମ୍ ଇଣ୍ଡିଆ ସୁପର୍ ଓଭରରେ ନ୍ୟୁଜିଲ୍ୟାଣ୍ଡକୁ ହରାଇ ଐତିହାସିକ ସିରିଜ୍ ବିଜୟ ହାସଲ କରିଛି । ସୁପର ଓଭରରେ ଲଗାତାର ଦୁଇଟି ଛକା ମାରି ରୋହିତ ଶର୍ମା ଭାରତକୁ ବିଜୟ ଆଣିଦେଇଥିଲେ । ମ୍ୟାଚ୍ ନିର୍ଦ୍ଧାରିତ ଓଭରରେ ଟାଇ ରହିବାରୁ ସୁପର୍ ଓଭରର ସହାୟତା ନିଆଯାଇଥିଲା, ଯେଉଁଥିରେ ନ୍ୟୁଜିଲ୍ୟାଣ୍ଡ୍ ୬ ବଲରେ ୧୭ ରନ୍ କରିଥିଲା । ଏହି ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୫ ୱିକେଟ୍ ହରାଇ ୧୭୯ ରନ୍ କରିଥିବା ବେଳେ ନ୍ୟୁଜିଲ୍ୟାଣ୍ଡ୍ ୬ ୱିକେଟରେ ସମାନ କରିଥିଲା । ନ୍ୟୁଜିଲ୍ୟାଣ୍ଡ୍ ପକ୍ଷରୁ କ୍ୟାପଟେନ୍ କେନ୍ ୱିଲିୟମସନ୍ ଚମତ୍କାର ବ୍ୟାଟିଂ କରି ୯୫ (୪୮ ବଲ୍, ୮ ଚୌକା, ୬ ଛକା) ରନର ଇନିଂସ୍ ଖେଳିଥିଲେ ହେଁ, ଟିମକୁ ଜିତାଇ ପାରିନଥିଲେ । ସୁପର୍ ଓଭରରେ ଭାରତକୁ ଜିତାଇଥିବା ରୋହିତ୍ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି ।
ଆଜି ମ୍ୟାଚରେ ନ୍ୟୁଜିଲାଣ୍ଡ ଦଳ ଟସ ଜିଣି ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ଭାରତ ପକ୍ଷରୁ ବ୍ୟାଟିଂ ଓପନ କରିଥିବା ରୋହିତ ଶର୍ମା ଓ ଲୋକେଶ ରାହୁଲ ଭଲ ମୂଳଦୂଆ ପକାଇଥିଲେ । ଉଭୟ ପ୍ରଥମ ଓ୍ଵିକେଟରେ ୮୯ ରନ ସଂଗ୍ରହ କରିଥିଲେ । କିନ୍ତୁ ଏହା ପରେ ଦଳ ମାତ୍ର ୭ ରନ ବ୍ୟବଧାନରେ ୩ଟି ଓ୍ଵିକେଟ ହରାଇ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଦଳର ସ୍କୋର ୮୯ ରନ ହୋଇଥିବାବେଳେ ରାହୁଲ ଓ ୯୪ ରନ ବେଳେ ରୋହିତ ଓ ୯୬ ରନ ବେଳେ ଶିଭମ ଦୁବେ ଆଉଟ ହୋଇଥିଲେ । ତେବେ ଅଧିନାୟକ ବିରାଟ କୋହଲି ଓ ଶ୍ରେୟସ ଆୟର ଉପଯୋଗୀ ଇନିଂସ ଖେଳି ଦଳକୁ ବିପଦରୁ ଉଦ୍ଧାର କରି ଏକ ସମ୍ମାନଜନକ ସ୍କୋର ଛିଡ଼ା କରିଥିଲେ । ନ୍ୟୁଜିଲାଣ୍ଡ ପକ୍ଷରୁ ହାମିଶ ବେନେଟ ୫୪ ରନ ଦେଇ ୩ଟି ଓ୍ଵିକେଟ ନେଇଥିଲେ ।
୧୮୦ ରନର ଲକ୍ଷ୍ୟର ପିଛା କରୁଥିବା ନ୍ୟୁଜିଲ୍ୟାଣ୍ଡ୍ ପାଇଁ ପୁଣିଥରେ ଓପ୍ନର ମାର୍ଟିନ୍ ଗପ୍ଟିଲ୍ ଓ କଲିନ୍ ମୁନରୋ ଭଲ ଶୁଭାରମ୍ଭ କରିଥିଲେ । କିନ୍ତୁ ଉଭୟ ବ୍ୟାଟ୍ସମ୍ୟାନ୍ ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲେ । ଗପ୍ଟିଲ୍ ୨୧ ବଲରେ ୨ ଚୌକା ଓ ୩ ଛକା ସହ ୩୧ ରନ୍ ଏବଂ ମୁନରୋ ୧୪ ରନ୍ କରି ରବୀନ୍ଦ୍ର ଜାଡେଜାଙ୍କ ଶିକାର ହୋଇଥିଲେ । ସିରିଜରେ ପ୍ରଥମଥର ଚତୁର୍ଥ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା ସାଣ୍ଟନର୍ (୯) ଦୁଇଅଙ୍କ ଛୁଇଁପାରିନଥିଲେ ଏବଂ ତାଙ୍କୁ ୟୁଜବେନ୍ଦ୍ର ଚହଲ୍ କ୍ଲିନ୍ ବୋଲ୍ଡ କରିଥିଲେ । ତେବେ କ୍ୟାପଟେନ୍ ୱିଲିୟମସନ୍ ଗୋଟିଏ ପଟେ ଦ୍ରୁତ ରନ୍ କରି ଟିମକୁ ବିଜୟ ଅଭିମୁଖେ ନେଇଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking