26.7 C
Bhubaneswar
Friday, April 19, 2024
Homeଓଡିଶାକରୋନାର ଲକ୍ଷଣ ଓ ମୁକାବିଲା ଉପାୟ

କରୋନାର ଲକ୍ଷଣ ଓ ମୁକାବିଲା ଉପାୟ

ଭୁବନେଶ୍ୱର : ଦିନକୁ ଦିନ କରୋନା ଭାଇରସ ମୁଣ୍ଡ ବ୍ୟଥା କରିବାରେ ଲାଗିଛି । ବର୍ତ୍ତମାନ ପର୍ଯ୍ୟନ୍ତ ୧୭ଟି ଦେଶରେ ଏହା ବ୍ୟାପୀ ସାରିଲାଣି । ଏଥିରେ ସଂକ୍ରମିତ ହୋଇ 132 ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ଏହି ରୋଗ କଣ ଏହାର ଲକ୍ଷଣ କଣ ଏବଂ ଏହା କିପରି ମୁକାବିଲା କରି ହେବ ଆସନ୍ତୁ ଜାଣିବା ।
‘କରୋନା’ ଏକପ୍ରକାରର ଇନ୍ଫ୍ଲୁଏଞ୍ଜା ବର୍ଗର ଭାଇରସ୍, ଯାହା ଥଣ୍ଡା, କାଶ, କଫ ଓ ଛାତି ଇନ୍ଫେକ୍ସନ୍ ଆଦି କରାଇଥାଏ। ଏହି ଭାଇରସ୍ରେ ଆକ୍ରାନ୍ତ ହେଲେ ପ୍ରଥମେ ଶ୍ୱାସନଳୀ ପ୍ରଦାହ ହୋଇଥାଏ। ଏଥିଯୋଗୁ ଥଣ୍ଡା, କାଶ ଓ କଫ ଆଦି ହୋଇପାରେ ଅବା ଛାତି ସଂକ୍ରମଣ ହୋଇପାରେ। ଏହା ମଣିଷ ଅପେକ୍ଷା ପଶୁପକ୍ଷୀମାନଙ୍କୁ ଅଧିକ ସଂକ୍ରମିତ କରିଥାଏ। ସାପ, ସରୀସୃପ ଜାତୀୟ ପ୍ରାଣୀ, ବାଦୁଡ଼ି, ବିଭିନ୍ନ ପକ୍ଷୀ ଓ ପଶୁମାନଙ୍କୁ ଏହା ଶୀଘ୍ର ସଂକ୍ରମିତ କରିଥାଏ। ଏହା ଏବେ ପଶୁଠାରୁ ମଣିଷକୁ ବ୍ୟାପିଛି। ତେଣୁ ଏହା ମଣିଷ ଠାରୁ ମଣିଷକୁ ମଧ୍ୟ ବ୍ୟାପିବାର ସମ୍ଭାବନା ରହିଛି।
ଲକ୍ଷଣ: ‘କରୋନା’ ଭାଇରସ୍ରେ ଆକ୍ରାନ୍ତ ହେଲେ ଯେଉଁସବୁ ଲକ୍ଷଣ ଦେଖାଯାଏ, ତାହା ଅତ୍ୟନ୍ତ ସାଧାରଣ। ତେଣୁ ବହୁତ ଲୋକ ଏହି ରୋଗକୁ ଚିହ୍ନି ନପାରି ବିପଦକୁ ଡାକି ଆଣୁଛନ୍ତି। ତେଣୁ ସେହି ଲକ୍ଷଣ ଗୁଡ଼ିକ ସଂପର୍କରେ ଜାଣି ନିଅନ୍ତୁ ଓ ସେମିତି କିଛି ଅନୁଭୂତ ହେଲେ ତୁରନ୍ତ ଡାକ୍ତରଙ୍କ ପାଖକୁ ଯା’ନ୍ତୁ।
୧. ଭୀଷଣ ଥଣ୍ଡା ୨. ମୁଣ୍ଡ ବିନ୍ଧା ୩. କାଶ ବା କଫ ହେବା ୪. ତଣ୍ଟି ପଡ଼ିଯିବା ୫. ଜ୍ୱର ୬. ଥକା ଲାଗିବା ୭. ବାନ୍ତି ହେବା ୮. ଶ୍ୱାସକ୍ରିୟାରେ ସମସ୍ୟା ହେବା ୯. ନିମୋନିଆ
କେମିତି କରିବେ ମୁକାବିଲା: ‘କରୋନା’ ଭାଇରସ୍କୁ ଚାରିଆଡ଼େ ବ୍ୟାପିବାରୁ ରୋକିବା ପାଇଁ ଜରୁରୀ ପଦକ୍ଷେପ ନେବା ନିହାତି ଆବଶ୍ୟକ । ଏଥିପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଏକ ଗାଇଡ୍ଲାଇନ୍ ଜାରି କରାଯାଇଛି।
୧) ପ୍ରଥମେ ରୋଗୀଙ୍କ ଲକ୍ଷଣ ଗୁଡ଼ିକ ଉପରେ ଧ୍ୟାନ ଦିଅନ୍ତୁ।
୨) ଯଦି କେହି ନିଃଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଛନ୍ତି, ତାଙ୍କୁ ତୁରନ୍ତ ଡାକ୍ତରଙ୍କ ପାଖକୁ ନେଇ ଯା’ନ୍ତୁ। ତା’ସହିତ ତାଙ୍କଠାରୁ ଦୂରେଇ ରୁହନ୍ତୁ।
୩) ଯେଉଁ ଦେଶରେ ବା ସ୍ଥାନରେ ଏହି ରୋଗ ବ୍ୟାପୁଛି, ସେହି ସ୍ଥାନକୁ ଯାତ୍ରା କରନ୍ତୁ ନାହିଁ।
୪) ସବୁବେଳେ ନିଜକୁ ସଫାସୁତୁରା ରଖନ୍ତୁ। ଖାଇବା ପୂର୍ବରୁ ଭଲ ଭାବେ ହାତ ଧୋଇ ଖାଆନ୍ତୁ। ଯଦି କାହା ସହ ହାତ ମିଶାଉଛନ୍ତି, ତା’ହେଲେ ଏହାପରେ ହ୍ୟାଣ୍ଡୱାସ୍ କି ସାନିଟାଇଜର୍ ବ୍ୟବହାର କରନ୍ତୁ।
୫) କାଶିବା କିମ୍ବା ଛିଙ୍କିବା ସମୟରେ ସବୁବେଳେ ମୁହଁରେ ଓ ନାକରେ କପଡ଼ା ଦିଅନ୍ତୁ।
୬) ହାତରେ କିମ୍ବା ଆଙ୍ଗୁଳିରେ ବାରମ୍ବାର ଆଖି, ନାକ ଓ ପାଟିକୁ ଛୁଅଁନ୍ତୁ ନାହିଁ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking