34.1 C
Bhubaneswar
Friday, March 29, 2024
Homeବ୍ରେକୀଙ୍ଗ୨୬ରେ ଭାରତ ବନ୍ଦ ଡାକରା

୨୬ରେ ଭାରତ ବନ୍ଦ ଡାକରା

ଭୁବନେଶ୍ୱର: ଆସନ୍ତା ୨୬ରେ ୧୦ଟି ଟ୍ରେଡ ୟୁନିଅନ ପକ୍ଷରୁ ହରତାଳ ଓ ବନ୍ଦ ଡାକରା ଦିଆଯାଇଛି । କେନ୍ଦ୍ର କୃଷି ଆଇନ ପ୍ରତ୍ୟାହାର ଦାବି କରି ବନ୍ଦ ଡାକରା ଦିଆଯିବ । ସମସ୍ତ ପରିବହନ, କେନ୍ଦ୍ର, ରାଜ୍ୟ ଓ ବେସରକାରୀ ଅଫିସ ବନ୍ଦ ଦାବି କରାଯାଇଛି । ଓଡିଶାରେ ମଧ୍ୟ ସମର୍ଥନ ଦିଆଯିବ ବୋଲି ସିଆଇଟିୟୁ ସଭାପତି ଜନାର୍ଦ୍ଦନ ପତି କହିଛନ୍ତି । ରାଷ୍ଟ୍ରୀୟ ମଜଦୂର କଂଗ୍ରେସ ବି ଏହାକୁ ପୂର୍ଣ୍ଣ ସମର୍ଥନ ଦେବ । ଶ୍ରମିକ ଆଇନରେ ପରିବର୍ତ୍ତନ, ନୂଆ କୃଷକ ଆଇନ, ରଷ୍ଟ୍ରାୟତ୍ତ ଉଦ୍ୟୋଗରୁ ପୁଂଜି ପ୍ରତ୍ୟାହାର, ରେଲେଓ ଓ ବୀମା କ୍ଷେତ୍ରକୁ ଘରୋଇ କରଣକୁ ବିରୋଧ କରି ଏହି ବନ୍ଦ ଡାକରା ଦିଆଯାଇଛି । ଏହା ସହିତ ୩ ରୁ ୫ ତାରିଖ ପର୍ଯ୍ୟନ୍ତ ରାଷ୍ଟ୍ରୀୟ ମଜଦୂର ସଂଘ ପକ୍ଷରୁ ଚାଲିଥିବା ଧାରଣ ସଫଳ ହୋଇଥିବା କହିଛନ୍ତି ରାଷ୍ଟ୍ରୀୟ ମଜଦୂର କଂଗ୍ରେସର ଉପସଭାପତି ରାମଚନ୍ଦ୍ର ଖୁଣ୍ଟିଆ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking