27.1 C
Bhubaneswar
Thursday, April 25, 2024
Homeବ୍ରେକୀଙ୍ଗବାଘମାରୀ ଥାନାକୁ କୋର୍ଟଙ୍କ କଡା ନିର୍ଦ୍ଦେଶ

ବାଘମାରୀ ଥାନାକୁ କୋର୍ଟଙ୍କ କଡା ନିର୍ଦ୍ଦେଶ

ଭୁବନେଶ୍ୱର: ସାରୁଅ ମାମଲାରେ ବାଘମାରୀ ଥାନା ପୋଲିସକୁ କଡା ନିର୍ଦ୍ଦେଶ ଜାରି କରାଯାଇଛି । ବାଘମାରୀ ପୋଲିସକୁ କଡା ନିର୍ଦ୍ଦେଶ ଦେଇଛନ୍ତି ଖୋର୍ଦ୍ଧା ଏସଡିଜେଏମ । ଓଟିଭି ପକ୍ଷରୁ ଦାୟର ଏତଲାକୁ ଗ୍ରହଣ କରିବନାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସମସ୍ତ ୩ଟି ଘଟଣାରେ ଦାୟର ଏତଲାକୁ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରଥମଟି ହେଲା ଷ୍ଟୁଡିଓ ପାଚେରୀ ଭଙ୍ଗା ଓ ଜବରଦସ୍ତି ଭିତରେ ପଶିବା ମାମଲା । ଦ୍ୱିତୀୟଟି ହେଲା ସାଇଟ ଇଂଜିନିୟର ଓ ସୁପରଭାଇଜରଙ୍କୁ ମାଡ ମରାଯିବା ଘଟଣା ଓ ତୃତୀୟଟି ହେଲା ବେଆଇନ ଭାବରେ ୧୮ ଦିନ ହେଲା ଘେରାଉ, ଅବରୋଧ ମାମଲା । ୩ଟି ମାମଲାକୁ ରେଜଷ୍ଟ୍ରୀ କରି ତଦନ୍ତ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସଠିକ ତଦନ୍ତ କରି ଡିସେମ୍ବର ୧୫ ସୁଦ୍ଧା ରିପୋର୍ଟ ଦେବାକୁ ଦିଆଯାଇଛି ନିର୍ଦ୍ଦେଶ । ପ୍ରତିପକ୍ଷ ଏତଲା ଗ୍ରହଣ କରିଥିଲେ ବି ଓଟିଭି ଏତଲା ଗ୍ରହଣ ହୋଇନଥିଲା । ଏତଲା ଦେଇଥିବା ସତ୍ତ୍ୱେ ବାଘମାରୀ ପୋଲିସ ଗ୍ରହଣ କରିନଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking