28.1 C
Bhubaneswar
Friday, March 29, 2024
Homeବ୍ରେକୀଙ୍ଗଗଣହତ୍ୟା ମାମଲାର ପର୍ଦ୍ଦାଫାସ

ଗଣହତ୍ୟା ମାମଲାର ପର୍ଦ୍ଦାଫାସ

ଭୁବନେଶ୍ୱର: ବହୁଚର୍ଚ୍ଚିତ ପାଟଣାଗଡ ଗଣହତ୍ୟା ମାମଲାର ପର୍ଦ୍ଦାଫାସ ହୋଇଛି । ଏହି ମାମଲାରେ ପୋଲିସ ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ୨ ଜଣ ଫେରାର ରହିଥିବା ସୂଚନା ମିଳିଛି । ଖାଲି ଏତିକି ନୁହେଁ, ଗଣହତ୍ୟାରେ ୯ ଜଣଙ୍କ ସଂପୃକ୍ତି ଥିବା ନେଇ ସ୍ୱତନ୍ତ୍ର ପୋଲିସ ଟିମ ସୂଚନା ପ୍ରଦାନ କରିଛନ୍ତି । ଏହାଛଡା ଏହି ହତ୍ୟାକାଣ୍ଡରେ ବ୍ୟବହୃତ ଟାଙ୍ଗିଆ, ଖଣ୍ଡା, ରଡ୍‌, ଗଇଁତି, ଫାର୍ସା ମଧ୍ୟ ପୋଲିସ ଜବତ କରିଛି । ଏହା ବ୍ୟତୀତ ୨ଟି ଲୁନା, ୧ ବାଇକ, ୬ଟି ମୋବାଇଲ, ପେଟ୍ରୋଲ ବୋତଲ ଜବତ କରାଯାଇଛି । ସେହି ସମୟରେ ବୁଲୁ ଜାନି, ତାଙ୍କ ପତ୍ନୀ ଓ ୪ ନାବାଳକ ପିଲାଙ୍କୁ ହତ୍ୟା କରାଯାଇଥିଲା । ପାଟଣାଗଡରେ ଗୋଟିଏ ପରିବାରର ୬ ଜଣଙ୍କ ମୃତଦେହ ମିଳିଥିଲା । ଏମାନଙ୍କ ମଧ୍ୟରେ ୪ ନାବାଳକ ଥିଲେ  । କମ୍ବଳ ଘୋଡା ଅବସ୍ଥାରେ ଘରର ସବୁ ସଦସ୍ୟ ପଡିଥିଲେ । କମ୍ବଳରେ ରକ୍ତ ଛିଟା ଲାଗିଥିଲା। ବଲାଙ୍ଗୀର ପୁଲିସ ଘଟଣାକୁ ଗୁରୁତର ସହ ନେଇ ତଦନ୍ତ କରୁଥିଲେ ବି  କୌଣସି ଟେର ପ୍ରଥମେ ପାଇନଥିଲା ।  ଦୁର୍ବୃତଙ୍କୁ ଧରିବାକୁ ଅତିରିକ୍ତ ଏସପିଙ୍କ ନେତୃତ୍ୱରେ ଏକ ଟିମ ଗଠନ କରାଯାଇଥିଲା ।  ବାହାରୁ  ଆସି ଏହି ଗାଁରେ ମୃତ ବୁଲୁ ଜାନିଙ୍କ ପରିବାର ରହୁଥିଲେ ।  ଘଟଣାସ୍ଥଳରୁ ବ୍ୟବହୃତ ଗଇଁତି ଜବତ ହୋଇଥିଲା । ଏହି ଘଟଣା ସାରା ରାଜ୍ୟରେ ଚାଂଚଲ୍ୟ ସୃଷ୍ଟି କରିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking