34.8 C
Bhubaneswar
Friday, March 28, 2025
Homeଖେଳଶ୍ରୀଲଙ୍କାକୁ ଧୂଳି ଚଟାଇଲା ଭାରତ

ଶ୍ରୀଲଙ୍କାକୁ ଧୂଳି ଚଟାଇଲା ଭାରତ

ନୂଆଦିଲ୍ଲୀ : ସୁପର୍ ଓଭର ବିଜୟ ସହ ଭାରତର ସିରିଜ୍ କ୍ଲିନ୍ ସୁଇପ୍। ଶ୍ରୀଲଙ୍କା ବିପକ୍ଷ ଟି-ଟ୍ୱେଣ୍ଟି ସିରିଜ୍‌କୁ ଭାରତ ୩-୦ରେ ଜିତି ନେଇଛି। ଶ୍ରୀଲଙ୍କାକୁ ଧୂଳି ଚଟାଇଛି ଭାରତ। ଶେଷ ଓଭର୍‌ରେ ୬ ରନ୍‌ ମଧ୍ୟ କରିପାରିନି ଶ୍ରୀଲଙ୍କା। ତୃତୀୟ ଟି-ଟ୍ୱେଣ୍ଟି ମ୍ୟାଚରେ ଉଭୟ ଦଳ ୧୩୭ ରନରେ ଅଟକିଯିବା ପରେ ମ୍ୟାଚ୍ ଟାଇ ରହିଥିଲା। ଏହାପରେ ସୁପର ଓଭର୍‌ର ସହାୟତା ନିଆଯାଇଥିଲା। ସୁପର ଓଭର୍‌ରେ ଶ୍ରୀଲଙ୍କା ମାତ୍ର ୩ ରନ୍‌ କରିଥିଲା। ଯାହାକୁ ଭାରତ ପ୍ରଥମ ବଲ୍‌ରେ ହିଁ ହାସଲ କରି ନେଇଛି।
ସୁପର୍ ଓଭରରେ ୱାସିଂଟନ୍ ସୁନ୍ଦର ମାତ୍ର ୪ ବଲରେ ୨ ରନ୍ ଦେଇ ୨ ୱିକେଟ୍ ହାସଲ କରିଥିଲେ। ଜବାବରେ ମଥିଶା ପଥିରଣାଙ୍କ ପ୍ରଥମ ବଲକୁ ସୁଇପ୍ ଚୌକା ମାରି ଅଧିନାୟକ ସୂର୍ୟ୍ୟକୁମାର ୟାଦବ ଭାରତକୁ ବିଜୟୀ କରାଇଥିଲେ। ପ୍ରଥମେ ବ୍ୟାଟିଂ କରିଥିବା ଭାରତ ୯ ଓ୍ୱିକେଟ୍‌ ହରାଇ ୧୩୭ ରନ୍‌ କରିଥିଲା। ଜବାବରେ ଘରୋଇ ଦଳ ଶ୍ରୀଲଙ୍କା ୮ ଓ୍ୱିକେଟ୍‌ ହରାଇ ୧୩୭ ରନ୍‌ କରିଥିଲା। ଏହାପରେ ସୁପର ଓଭରର ସହାୟତା ନିଆ ଯାଇଥିଲା। ୱାଶିଂଟନ ସୁନ୍ଦର ମ୍ୟାଚର ଶ୍ରେଷ୍ଠ ଖେଳାଳି ଏବଂ ସୂର୍ୟ୍ୟକୁମାର ୟାଦବ ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking