25.5 C
Bhubaneswar
Friday, March 28, 2025
Homeଓଡିଶାମୁଣ୍ଡଳୀରେ କାମୁଛି ମହାନଦୀର ଜଳସ୍ତର

ମୁଣ୍ଡଳୀରେ କାମୁଛି ମହାନଦୀର ଜଳସ୍ତର

ସମ୍ବଲପୁର : ମୁଣ୍ଡଳୀରେ କାମୁଛି ମହାନଦୀର ଜଳସ୍ତର । ବନ୍ଦ ହେଲା ହୀରାକୁଦର ୨ଟି ଗେଟ୍ । ହୀରାକୁଦରେ ଦୁଇଟି ଗେଟ୍ ବନ୍ଦ ହେବା ପରେ କଟକ ମୁଣ୍ଡଳୀରେ କାମୁଛି ମହାନଦୀର ଜଳସ୍ତର । ସକାଳ ୬ଟା ସୁଦ୍ଧା ୪ ଲକ୍ଷ ୮୦ ହଜାର କ୍ୟୁସେକ ଜଳ ନିଷ୍କାସିତ ହେଉଛି । ଅପଷ୍ଟ୍ରିମ୍‌ରେ ୮୭.୮୦ ଓ ଡାଉନଷ୍ଟ୍ରିମ୍‌ରେ ୮୪.୯୦ ଫୁଟ୍ ଜଳସ୍ତର ରହିଛି । ରାତିରେ ୪ ଲକ୍ଷ ୮୫ ହଜାର କ୍ୟୁସେକ ଜଳ ପ୍ରବାହିତ ହେଉଥିଲା । ଜଳସ୍ତର କମିଥିବାରୁ ମଧ୍ୟମ ଧରଣର ବନ୍ୟା ଆଶଙ୍କା ନାହିଁ । ଉପରମୁଣ୍ଡରେ ପ୍ରବଳ ବର୍ଷା ହେତୁ ଗତ ରବିବାର ହୀରାକୁଦର ୨୦ଟି ଗେଟ୍ ଖୋଲା ଯାଇଥିଲା । ମାତ୍ର ଏବେ ସ୍ଥିତି ନିୟନ୍ତ୍ରଣାଧୀନ ଥିବାରୁ ୨ଟି ଗେଟ୍‌କୁ ବନ୍ଦ କରି ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking