ମୁମ୍ବାଇ: ମୁମ୍ବାଇର ଚାବଡ଼ ହାଉସ୍ ଉପରେ ପୁଣିଥରେ ଆତଙ୍କୀ ଆକ୍ରମଣର ବିପଦ ଦେଖାଦେଇଛି । ପୁଣେରୁ ଗିରଫ ଦୁଇ ଆତଙ୍କୀଙ୍କ ନିକଟରୁ ଏହାର ଗୁଗଲ୍ ଫଟୋ ମିଳିଛି । ଗିରଫ ଦୁଇ ଆତଙ୍କୀ ରାଜସ୍ଥାନରେ ଆତଙ୍କୀ ଆକ୍ରମଣ ଯୋଜନା କରୁଥିଲେ । ଏହାପରେ କୋଲାବାସ୍ଥିତ ଏହି ୟହୁଦୀ ସାମ୍ପ୍ରଦାୟିକ କେନ୍ଦ୍ରର ସୁରକ୍ଷା ବୃଦ୍ଧି କରାଯାଇଛି ।
ଚାବଡ଼ ହାଉସ୍ ୨୬/୧୧ ଆତଙ୍କୀ ଆକ୍ରମଣର ଅନ୍ୟତମ ଟାର୍ଗେଟ୍ ଥିଲା । ଉଲ୍ଲେଖଯୋଗ୍ୟ, ମୁମ୍ବାଇ ଏଟିଏସ୍ କିଛିଦିନ ତଳେ ପୁଣେ ପୁଲିସ ଠାରୁ ମହମ୍ମଦ ଇମ୍ରାନ୍ ମହମ୍ମଦ ୟୁନୁସ୍ ଖାନ୍ ଏବଂ ମହମ୍ମଦ ୟୁନୁସ୍ ମହମ୍ମଦ ୟାକୁବ ସାକିଙ୍କୁ ନିଜ ହେପାଜତକୁ ନେଇଥିଲା । ମାମଲାର ଯାଞ୍ଚ୍ ବେଳେ ସେମାନଙ୍କ ନିକଟରୁ ଚାବଡ଼ ହାଉସ୍ର ଗୁଗଲ୍ ଇମେଜ୍ ମିଳିଥିଲା ।