29.1 C
Bhubaneswar
Friday, May 17, 2024
Homeଦେଶ ବିଦେଶଆମେରିକାରେ ୩୬ ଘଣ୍ଟାରେ ୩ ସ୍ଥାନରେ ଗୁଳିକାଣ୍ଡ

ଆମେରିକାରେ ୩୬ ଘଣ୍ଟାରେ ୩ ସ୍ଥାନରେ ଗୁଳିକାଣ୍ଡ

ନୂଆଦିଲ୍ଲୀ : ଯୁକ୍ତରାଷ୍ଟ୍ର ଆମେରିକାରେ ସାମୂହିକ ଗୁଳିକାଣ୍ଡ ବଢ଼ିବାରେ ଲାଗିଛି । ଗତ ୩୬ ଘଣ୍ଟାରେ ଆମେରିକାରେ ୩ ହିଂସକ ଘଟଣା ଦେଖିବାକୁ ମିଳିଛି । ପ୍ରଥମେ ଶନିବାର ନ୍ୟୁୟର୍କର ବଫେଲେ ସହରରେ ଏକ ସୁପରମାର୍କେଟରେ ଗୁଳିକାଣ୍ଡ ହୋଇଥିଲା, ଏହାପରେ ରବିବାର ଦକ୍ଷିଣ କାଲିଫୋର୍ଣ୍ଣିଆର ଏକ ଚର୍ଚ୍ଚରେ ଆଖିବୁଜା ଗୁଳିଚାଳନା ହୋଇଥିଲା । ଏହି ଦିନ ହ୍ୟୁଷ୍ଟନର ଏକ ବ୍ୟସ୍ତ ବହୁଳ ବଜାରରେ ମଧ୍ୟ ଗୁଳିକାଣ୍ଡ ହୋଇଥିଲା ଯେଉଁଥିରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିଲା । କୁହାଯାଉଛି କଳା-ଗୋରା ବିବାଦକୁ ନେଇ ଏହି ହିଂସା ଦେଖାଯାଉଛି ।

ବଫେଲୋ ସୁପରମାର୍କେଟରେ ଗୁଳିକାଣ୍ଡ କରିଥିବା ଯୁବକକୁ ଚିହ୍ନଟ କରାଯାଇଛି । ୧୮ ବର୍ଷୀୟ ଏହି ଯୁବକ ପେଟନ ଗେଡ୍ରୋନ ସୁପରମାର୍କେଟରେ ଆଖିବୁଜା ଗୁଳି ଚଳାଇଥିଲା । ଖବର ଅନୂଯାୟୀ ସୁପରମାର୍କେଟରେ ଗୁଳିକାଣ୍ଡରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିଲା ଏବଂ ୩ ଜଣ ଆହତ ହୋଇଥିଲେ । ଗୁଳିକାଣ୍ଡର ଶିକାର ହୋଇଥିବା ଅଧିକାଂଶ ଲୋକ ଅଶ୍ୱେତ ଥିଲେ ।

ସେହିଭଳି ରବିବାର କାଲିଫର୍ଣ୍ଣିଆରେ ଏକ ଚର୍ଚ୍ଚରେ ଗୁଳିକାଣ୍ଡରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି ଏବଂ ୫ ଲୋକଙ୍କ ଆହତ ହୋଇଥିଲେ । ଘଟଣା ସ୍ଥଳରେ ଥିବା ଲୋକମାନେ ବନ୍ଧୁକଧାରୀକୁ ଧରିବାରେ ସକ୍ଷମ ହୋଇଥିଲେ । ପରେ ପୋଲିସ ତାଙ୍କୁ ଗିରଫ କରିଥିଲା । ପୋଲିସର କହିବା ଅନୂଯାୟୀ ଏହି ସନ୍ଦିଗ୍ଧ ଅଧିକାଂଶ ତାଇୱାନ ଦେଶର ବ୍ୟକ୍ତିଙ୍କ ଉପରକୁ ଗୁଳି ଚଳାଇଥିଲା ।

ଏହି ଦିନ ହ୍ୟୁଷ୍ଟନର ଏକ ବ୍ୟସ୍ତ ବହୁଳ ବଜାରରେ ଗୁଳିକାଣ୍ଡରେ ୨ ଜଣଙ୍କ ମୃତ୍ୟୁ ହୋଇଛି, ଏବଂ ତିନି ଜଣ ଆହତ ହୋଇଛନ୍ତି । ହ୍ୟାରିସ କାଉଣ୍ଟୀର ଶେରିଫ୍ ଏଡ ଗୋଜଲେଜ କହିଥିଲେ ଯେ ଗୁଳିକାଣ୍ଡ ଉଭୟ ପକ୍ଷରେ ବିବାଦ କାରଣରୁ ହୋଇଛି । ଯେଉଁଥିରେ ପାଞ୍ଚ ଜଣ ସାମିଲ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking