28.1 C
Bhubaneswar
Friday, December 27, 2024
Homeଦେଶ ବିଦେଶପଞ୍ଚଭୂତରେ ଲିନହେଲେ ଶାନ୍ତିଲତା ବାରିକ

ପଞ୍ଚଭୂତରେ ଲିନହେଲେ ଶାନ୍ତିଲତା ବାରିକ

ଭୁବନେଶ୍ୱର: ପଞ୍ଚଭୂତରେ ଲୀନ ହେଲେ ଓଡିଶାର ବିଶିଷ୍ଟ କଣ୍ଠଶିଳ୍ପୀ ଶାନ୍ତିଲତା ବାରିକ ଛୋଟରାୟଙ୍କ ଚିତା । ପୁରୀ ସ୍ୱର୍ଗଦ୍ୱାରରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କ ଶେଷକୃତ୍ୟ ସଂପନ୍ନ ହୋଇଛି । ବଡ଼ପୁଅ ଅଭିନାଶ ଛୋଟରାୟ ମୁଖାଗ୍ନି ଦେଇଛନ୍ତି । ଶାନ୍ତିଲତାଙ୍କ ଶେଷ ଦର୍ଶନ କରିବାକୁ ସ୍ୱର୍ଗଦ୍ୱାରରେ ବହୁ ବିଶିଷ୍ଟ ବ୍ୟକ୍ତି, ରାଜନେତା ଓ ପ୍ରଶଂସକଙ୍କ ଭିଡ଼ ଜମିଥିଲା । କ୍ୟାନସରରେ ପୀଡ଼ିତ ଶାନ୍ତିଲତା ବାରିକ ଛୋଟରାୟଙ୍କର ସୋମବାର ସନ୍ଧ୍ୟାରେ ଚିକିତ୍ସାଧୀନ ଅବସ୍ଥାରେ ବିୟୋଗ ଘଟିଛି ।

ପରେ ତାଙ୍କ ମୃତଦେହକୁ ଭୁବନେଶ୍ୱର କେଦାର ଗୌରୀ ମନ୍ଦିର ଲେନ୍‌ରେ ଥିବା ବାସ ଭବନକୁ ନିଆଯାଇଥିଲା । ସେଠାର ତାଙ୍କର ଆତ୍ମିୟ ସ୍ୱଜନ, ବନ୍ଧୁବାନ୍ଧବ ଓ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଶେଷ ଦର୍ଶନ କରିଥିଲେ । ପରେ ମୃତଦେହକ ସଂଗୀତ ମହାବିଦ୍ୟାଳୟକୁ ନିଆଯାଇଥିଲା । ସେଠାରେ ଛାତ୍ରଛାତ୍ରୀ ଓ ଅଧ୍ୟାପକମାନେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ତା’ପରେ ଶନ୍ତିଲତାଙ୍କ ମରଶରୀରକୁ ବିଶାଳ ଶୋଭାଯାତ୍ରା ପୁରୀ ଅଭିମୁଖେ ନିଆଯାଇଥିଲା । ପୁରୀ ସ୍ୱର୍ଗଦ୍ୱାରରେ ପହଞ୍ଚିଲା ପରେ ଲାଗିଥିଲା ପ୍ରବଳ ଭିଡ଼ । ରାଜନେତାଙ୍କଠାରୁ ଆରମ୍ଭ କରି ବିଶିଷ୍ଟ ବ୍ୟକ୍ତି ବିଶେଷ ଶାନ୍ତିଲତା ବାରିକ ଛୋଟରାୟଙ୍କ ମରଶରୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ତା’ପରେ ଦିଆଯାଇଥିଲା ଗାର୍ଡ ଅଫ୍ ଅନର । ଶେଷରେ ଜଳିଥିଲା ଚିତା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking