29.1 C
Bhubaneswar
Sunday, May 3, 2026
Homeଓଡିଶାଚଳନ୍ତା ଟ୍ରେନରୁ ଖସି ପଡ଼ିଲେ ମା ,ପୁଅ : ଅବସ୍ଥା ଗୁରୁତର

ଚଳନ୍ତା ଟ୍ରେନରୁ ଖସି ପଡ଼ିଲେ ମା ,ପୁଅ : ଅବସ୍ଥା ଗୁରୁତର

ଢେଙ୍କାନାଳ: ଟ୍ରେନରୁ ଖସି ପଡ଼ିଲେ ମାଆ ଓ ୧୨ ବର୍ଷର ପୁଅ। ଉଭୟଙ୍କୁ ଗୁରୁତର ଅବସ୍ଥାରେ  ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।  ଢେଙ୍କାନାଳ ନିକଟସ୍ଥ ଦାଣ୍ଡିମାଳ ଷ୍ଟେସନରେ ଏହି ଅଘଟଣ ଘଟିଛି।  ଆହତ ଦ୍ୱୟ ହେଲ ଭଗବତୀ ଦେହୁରୀ ଓ  ତାଙ୍କ ପୁଅ  ରୁଦ୍ର ନାରାୟଣ ଦେହୁରୀ। ଆଜି ସକାଳେ ମା’ପୁଅ ପାସେଞ୍ଜର ଟ୍ରେନ ବଦଳରେ ଭୁଲରେ ପୁରୀ ଦୁର୍ଗ ଏକ୍ସପ୍ରେସରେ ଚଢ଼ି ଯାଇଥିଲେ। ଢେଙ୍କାନାଳ ନିକଟସ୍ଥ ଦାଣ୍ଡିମାଳ ଷ୍ଟେସନରେ ସେମାନଙ୍କର ଓହ୍ଲାଇବାର ଥିଲା। କିନ୍ତୁ ଏକ୍ସପ୍ରେସ ଟ୍ରେନ ହୋଇଥିବାରୁ ସେଠାରେ ଅଟକି ନଥିଲା। ଟ୍ରେନ ନ ଅଟକିବାରୁ ମା’ପୁଅ ବ୍ୟତିବ୍ୟସ୍ତ ହୋଇ ପଡ଼ିଥିଲେ। ପୁଅର ଗୋଡ ବଗିର ଡୋର ନିକଟରେ ଖସି ଯାଇଥିଲା। ପୁଅକୁ ଧରିବାକୁ ଯାଇ ମାଆ ମଧ୍ୟ ଖସି ପଡ଼ିଥିଲେ। ଉଭୟଙ୍କୁ ଗୁରୁତର ଅବସ୍ଥାରେ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ମା’ପୁଅଙ୍କ ଅବସ୍ଥା ଗୁରୁତର ରହିଛି।

 

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking