27.1 C
Bhubaneswar
Saturday, July 27, 2024
Homeଅପରାଧମେଳାରେ ୨ ଯୁବକଙ୍କୁ ଛୁରାମାଡ

ମେଳାରେ ୨ ଯୁବକଙ୍କୁ ଛୁରାମାଡ

କୋଲଦଫାଇ : ମେଳାରେ ୨ ଯୁବକଙ୍କୁ ଛୁରାମାଡ । ଦୁଇ ଯୁବକ କୋଲଦଫାଇ ଅଂଚଳର ଦୀପକ ଶର୍ମା ଓ ମହାବୀର ଗିରି ବୋଲି ଜଣାପଡିଛି । ସୂଚନା ଅନୁସାରେ ସୋମବାର ରାତିରେ ଦୀପକ ଓ ମହାବୀର ନାମକ ଦୁଇ ଜଣ ଯୁବକ ରାତିରେ ମେଳା ଦେଖିବାକୁ ଯାଇଥିଲେ । ଏବଂ ମେଳାରେ ବୁଲୁଥିବା ସମୟରେ ଜଣେ ଯୁବକ ହଠାତ ଭୁଜାଲି ବାହାର କରି ଦୀପକ ଓ ମହାବୀରଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଥିଲେ । ତେବେ ଘଟଣାରେ ଦୁର୍ବୁତ୍ତ ଫେରାର ହୋଇଯାଇଥିବା ବେଳେ ଦୁଇ ଜଣ ଯୁବକଙ୍କୁ ଗୁରୁତର ଅବସ୍ଥାରେ ବୀରମିତ୍ରପୁର ସରକାରୀ ଡାକ୍ତରଖାନ ରେ ଭର୍ତି କରାଯାଇଥିଲା ଓ ପରେ ଦୀପକଙ୍କ ଅବସ୍ଥା ସଙ୍ଗୀନ ହେବାରୁ ତାଙ୍କୁ ରାଉରକେଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ତେବେ ଘଟଣା ସ୍ଥଳରେ ପୋଲିସ ପହଂଚି ମେଳାକୁ ବନ୍ଦ କରିଦେଇଥିବାବେଳେ ଦୁର୍ବୁତ୍ତଙ୍କୁ ଧରିବାକୁ ଚେଷ୍ଟା ଚାଲିଥିବା ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking