34.1 C
Bhubaneswar
Thursday, March 20, 2025
Homeଦେଶ ବିଦେଶମାତ୍ର ୭୫ ବର୍ଷ ମଧ୍ୟରେ ସମୁଦ୍ରରେ ଲୀନ ହେବ କୋଲାକତା ସମେତ ବିଶ୍ୱର ୯ ବଡ଼...

ମାତ୍ର ୭୫ ବର୍ଷ ମଧ୍ୟରେ ସମୁଦ୍ରରେ ଲୀନ ହେବ କୋଲାକତା ସମେତ ବିଶ୍ୱର ୯ ବଡ଼ ସହର

ନୂଆଦିଲ୍ଲୀ: ଜଳବାୟୁ ପରିବର୍ତ୍ତନ ଜନିତ ପ୍ରଭାବ ଖୁବଶୀଘ୍ର ଦେଖିବାକୁ ମିଳିବ। ସମୁଦ୍ର ପତନ ବଢ଼ୁଥିବାରୁ ଆସନ୍ତା ୭୫ ବର୍ଷ ମଧ୍ୟରେ ଭାରତର କୋଲକତା ସମେତ ବିଶ୍ୱର ୯ଟି ସହର ସମୁଦ୍ରରେ ବିଲୀନ ହୋଇଯିବ। ଏପରି କିଛି ଆଶଙ୍କା କରୁଛନ୍ତି ବୈଜ୍ଞାନିକମାନେ। ବୈଜ୍ଞାନିକଙ୍କ ମତରେ ଗ୍ଲୋବାଲ ୱାର୍ମିଂ (ବୈଶ୍ୱିକ ତାପନ) ଫଳରେ ଗୁରୁତର ପାଣିପାଗ ସମସ୍ୟା ସୃଷ୍ଟି ହେବ ଓ ବାରମ୍ବାର ତଥା ଭୟଙ୍କର ବର୍ଷା ତଥା ବନ୍ୟା ପରିସ୍ଥିତି ସୃଷ୍ଟି ହେବା ଆଶଙ୍କା ସୃଷ୍ଟି ହୋଇଛି। ସମୁଦ୍ର ପତନ ବଢ଼ିବା ଆଶଙ୍କା ମଧ୍ୟ ଦୃଢ଼ୀଭୂତ ହେବାରେ ଲାଗିଛି। ବିଶେଷକରି ଗ୍ରୀନହାଉସ୍ ଗ୍ୟାସ ନିର୍ଗମନ ବୃଦ୍ଧି ପାଇବା ଯୋଗୁଁ ଆଗାମୀ ୭୫ ବର୍ଷ ମଧ୍ୟରେ ଅର୍ଥାତ୍ ୨୧୦୦ ମସିହା ସୁଦ୍ଧା ଭାରତର କୋଲକାତା ଏବଂ ବିଶ୍ୱର ଅନ୍ୟ ୮ଟି ସହର ଭୟଙ୍କର ବନ୍ୟା ପରିସ୍ଥିତିର ସମ୍ମୁଖୀନ ହେବେ ଏବଂ ଶେଷରେ ସମୁଦ୍ରରେ ଲୀନ ହେବେ ବୋଲି ବୈଜ୍ଞାନିକ ଆଶଙ୍କା କରିଛନ୍ତି।

ସିଙ୍ଗାପୁର ବିଶେଷଜ୍ଞଙ୍କ ଅନୁଯାୟୀ, ଯଦି ଅଙ୍ଗାରକାମ୍ଳ ନିର୍ଗମନ ଜାରି ରହେ, ତେବେ ବୈଶ୍ୱିକ ତାପନ ବୃଦ୍ଧି ପାଇବ। ତେବେ ବୈଶ୍ୱିକ ତାପନରୁ ଉତ୍ପନ ହେଉଥିବା ପରିବେଶ ପରିବର୍ତ୍ତନ ଫଳରେ ମୂଷଳାଧାରରେ ବର୍ଷା ହୋଇଥାଏ। ଏପରି ହେଲେ ସମୁଦ୍ର ସ୍ତର ୬.୨ଫୁଟ ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ। ଥାଇଲାଣ୍ଡର ବ୍ୟାଙ୍କକକ୍‌, ଆମେରିକାର ନ୍ୟୁ ଓର୍ଲିନ୍ସ, ବ୍ରିଟେନ୍‌ର ହୁଲ୍‌, ଭିଏତନାମର ହୋ ଛି ମିନ୍ ସିଟି, ଜର୍ମାନର ହମ୍‌ବର୍ଗ, ନେଦରଲାଣ୍ଡ୍ସର ଆମଷ୍ଟରଡାମ୍‌, ଇଟାଲିର ଭେନିସ୍‌, ଭାରତର କୋଲକତା ଓ ଅଷ୍ଟ୍ରେଲିଆର ଗୋଲ୍ଡ କୋଷ୍ଟ ୨୧୦୦ ମସିହା ସୁଦ୍ଧା ଜଳମଗ୍ନ ହେବାର ଆଶଙ୍କା ସର୍ବାଧିକ। ସେହିପରି ଜେନିଭା ସ୍ଥିତ ମିଳିତ ଜାତିସଂଘ ପରିବେଶ କାର୍ଯ୍ୟକ୍ରମ (ୟୁଏନ୍‌ଇପି)ର ଗ୍ଲୋବାଲ୍ ରିସୋର୍ସ ଇନଫର୍ମେସନ୍ ଡାଟାବେସ୍ ନିର୍ଦ୍ଦେଶକ ପାସ୍କାଲ୍ ପେଡୁଜି କହିଛନ୍ତି ଯେ, ଯଦିଓ କେତେକ ଘଟଣା ଏବଂ ଜଳବାୟୁ ପରିବର୍ତ୍ତନ ମଧ୍ୟରେ ସିଧାସଳଖ ସମ୍ପର୍କ ସ୍ଥାପନ କରିବା କଷ୍ଟକର, ତଥାପି ଏହା ସ୍ପଷ୍ଟ ଯେ ଆମକୁ ଅଧିକ ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ପଡ଼ିବ।

ପୃଥିବୀର ତାପମାତ୍ରା ବୃଦ୍ଧି ପାଉଥିବାରୁ ପ୍ରାୟତଃ ଅତି ପ୍ରବଳ ବନ୍ୟା, ଘୂର୍ଣ୍ଣିବାତ୍ୟା, ଘୂର୍ଣ୍ଣିଝଡ଼ ଏବଂ ଜଙ୍ଗଲୀ ନିଆଁ ଭଳି ପ୍ରାକୃତିକ ବିପର୍ଯ୍ୟୟ ଦେଖିବାକୁ ମିଳୁଛି। ବର୍ତ୍ତମାନ ରେକର୍ଡ ପରିମାଣର ବନ୍ୟା ଏକ ସାଧାରଣ କଥା ହୋଇଗଲାଣି। ଦୀର୍ଘକାଳୀନ ବିଶ୍ୱ ଜଳବାୟୁ ପରିବର୍ତ୍ତନ ଯୋଗୁଁ ସୃଷ୍ଟି ହୋଇଥିବା ଅଧିକ ପ୍ରତିକୂଳ ପାଣିପାଗ ଧାରାରେ ବନ୍ୟା ଆସିବାର ସମ୍ଭାବନା ବେଶ୍ ବଢ଼ିଯାଇଛି। ଅନ୍ୟପକ୍ଷେ ଜଙ୍ଗଲ କାଟିବା ପ୍ରକ୍ରିୟା ମଧ୍ୟ ବଢ଼ୁଥିବାରୁ ପୃଥିବୀ ପୃଷ୍ଠରେ ଉତ୍ତାପ ମଧ୍ୟ ବଢ଼ିବାରେ ଲାଗିଛି, ଯାହା ବନ୍ୟା ଆଶଙ୍କା ବଢ଼ାଉଛି। ୨୦୨୪ରେ ଉତ୍ତାପ ସମସ୍ତ ରେକର୍ଡ ଭାଙ୍ଗିଥିବା ବେଳେ ୨୦୨୫ରେ ମଧ୍ୟ ଏହି ଧାରା ଜାରି ରହିବ ବୋଲି ପୂର୍ବାନୁମାନ କରାଯାଇଛି। ତେଣୁ ଆଗକୁ ପରିସ୍ଥିତି ଆହୁରି ଭୟଙ୍କର ହେବ ବୋଲି ଆଶଙ୍କା କରାଯାଉଛି। ବିଗତ ବର୍ଷର ତଥ୍ୟ ଅନୁଶୀଳନ କଲେ ସାରା ବିଶ୍ୱରେ ହାରାହାରି ବର୍ଷା ପରିମାଣ ବୃଦ୍ଧି ହୋଇଥିବା ଓ ବନ୍ୟା ସମ୍ଭାବନା ବଢ଼ିଥିବା ଜଣାପଡ଼ିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking