33.1 C
Bhubaneswar
Tuesday, April 22, 2025
Homeଓଡିଶାଢ଼େଙ୍କାନାଳ ସିଡିଏମଓଙ୍କୁ ଓଏଚ୍‌ଆର୍‌ସିଙ୍କ ନୋଟିସ

ଢ଼େଙ୍କାନାଳ ସିଡିଏମଓଙ୍କୁ ଓଏଚ୍‌ଆର୍‌ସିଙ୍କ ନୋଟିସ

କଟକ: ଢ଼େଙ୍କାନାଳ ଜିଲା ଗନ୍ଦିଆ ବ୍ଲକ ଅନ୍ତର୍ଗତ ଶ୍ରୀରାମଚନ୍ଦ୍ରପୁର ପ୍ରାଥମିକ ସାସ୍ଥ୍ୟ କେନ୍ଦ୍ରରେ ପରିବାର ନିୟନ୍ତ୍ରଣ ଅସ୍ତୋପଚାର କ୍ୟାମ୍ପ ସମୟରେ ଅବ୍ୟବସ୍ଥାକୁ ନେଇ ଓଡିଶା ମାନବିକ ଅଧିକାର କମିଶନ (ଓଏଚ୍‌ଆର୍‌ସି)ଚିନ୍ତା ପ୍ରକଟ କରିଛନ୍ତି । ଅସ୍ତୋପଚାର ପରେ ମହିଳାଙ୍କୁ ଡାକ୍ତରଖାନା ପିଣ୍ଡାରେ କିପରି ଶୁଆଇ ଦିଆଗଲା ସେ ନେଇ ରିପୋର୍ଟ ଦାଖଲ କରିବାକୁ କମିଶନ ଜିଲ୍ଲା ମୁଖ୍ୟ ଚଚିକିତ୍ସା ଅଧିକାରୀଙ୍କୁ ନୋଟିସ ଜାରି କରିଛନ୍ତି। ହାଇକୋର୍ଟ ଆଡଭୋକେଟ ନିଶିକାନ୍ତ ମିଶ୍ର ଏ ନେଇ କମିନଙ୍କ ନିକଟରେ ଏକ ପିଟିସନ ଦାଖଲ କରିଥିଲେ ।

ସେ ଦର୍ଶାଇଥିଲେ ଯେ ପରିବାର ନିୟନ୍ତ୍ରଣ ଅସ୍ତୋପଚାର ବ୍ୟବସ୍ଥିତ ଭାବେ କରିବା ପାଇଁ ନିୟମାବଳୀ ରହିଛି । ସେହିପରି ମହିଳାମାନଙ୍କର ଯେପରି କୌଣସି ସମସ୍ୟା ହୁଏ ସେଥିପାଇଁ କର୍ତ୍ତୃପକ୍ଷ ଆବଶ୍ୟକ ବନ୍ଦୋବସ୍ତ କରିବା କଥା । ମାତ୍ର ଶ୍ରୀରାମଚନ୍ଦ୍ରପୁର ପ୍ରାଥମିକ ସାସ୍ଥ୍ୟ କେନ୍ଦ୍ରରେ ପରିବାର ନିୟନ୍ତ୍ରଣ ଅସ୍ତୋପଚାର କ୍ୟାମ୍ପରେ ମହିଳାମାନଙ୍କ ବିଶ୍ରାମ କରିବା ପାଇଁ ସାଧାରଣ ବ୍ୟବସ୍ଥା ମଧ୍ୟ ନଥିଲା ସେମାନଙ୍କୁ ଅପରେସନ ପରେ ହସ୍ପିଟାଲ ପିଣ୍ଡାରେ ଶୁଆଇ ଦିଅ।ଯାଇଥିଲା । ଏହି ଅଭିଯୋଗ ଆଧାରରେ କମିଶନ ତେଙ୍କାନାଳ ସିଡିଏମଓ ଙ୍କୁ ନୋଟିସ ଜାରି କରିଛନ୍ତି । ଆଠ ସପ୍ତାହ ମଧ୍ୟରେ ଏ ଘଟଣାର ତଦନ୍ତ କରି ରିପୋର୍ଟ ଦେବାକୁ କମିଶନ ନିର୍ଦ୍ଦେଶ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking