28.1 C
Bhubaneswar
Thursday, May 2, 2024
Homeକରୋନାକୋରନା ଟୀକାକରଣରେ ଭାରତର ରେକର୍ଡ, ୨୪ ଘଣ୍ଟାରେ ୩୬ ଲକ୍ଷ ଲୋକଙ୍କୁ ଦିଆଗଲା ଟୀକା

କୋରନା ଟୀକାକରଣରେ ଭାରତର ରେକର୍ଡ, ୨୪ ଘଣ୍ଟାରେ ୩୬ ଲକ୍ଷ ଲୋକଙ୍କୁ ଦିଆଗଲା ଟୀକା

ନୂଆଦିଲ୍ଲୀ: ଦେଶରେ କୋରନା ଭାଇରସର ମାମଲା ବଢୁଥିବା ସହିତ କେନ୍ଦ୍ର ସରକାର ଟୀକାକରଣ ପ୍ରକ୍ରିୟାକୁ ଦ୍ରୃତ କରି ଦେଇଛନ୍ତି । ଗତକାଲି ୨୪ ଘଣ୍ଟା ମଧ୍ୟରେ ୩୬ ଲକ୍ଷ ୭୧ ହଜାର ୨୪୨ ଜଣଙ୍କୁ କୋରନା ଟୀକା ଲଗାଯାଇଛି । ଦେଶରେ ଏପ୍ରିଲ ୧ ସୁଦ୍ଧା ୬ କୋଟି ୮୭ ଲକ୍ଷ ୮୯ ହଜାର ୧୩୮ ଜଣଙ୍କୁ ଟୀକାକରଣ ସରିଛି । କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ତରଫରୁ ଏହି ସୂଚନା ଦିଆଯାଇଛି । ସରକାର କହିଛନ୍ତି ଯେ, ଏବେ ପ୍ରତ୍ୟେକ ଦିନ କୋରନା ଟୀକା ଲଗାଯିବ । ଏପ୍ରିଲରେ ସରୀକାରୀ ଛୁଟି ଦିନ ଗୁଡିକରେ ମଧ୍ୟ ସରକାରୀ ଓ ବେସରକାରୀ ଟୀକା କେନ୍ଦ୍ରରେ ଟୀକା ଲଗାଯିବ ।

ସୂଚନାଯୋଗ୍ୟ ଯେ, କୋରନା ଟୀକାକରଣ ଅଭିଯାନ ର ତୃତୀୟ ପର୍ଯ୍ୟାୟ ଗୁରୁବାର ଦିନ ଦିଲ୍ଲୀ ଠାରେ ଆରମ୍ଭ ହୋଇଯାଇଛି । ଏହି ଚରଣରେ ୪୫ ବର୍ଷରୁ ଉର୍ଦ୍ଧ ମୋଟ ୬୫ ଲକ୍ଷ ସାମିଲ ହେବେ । ଦିଲ୍ଲୀ ସ୍ୱାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ସଂଦ୍ଧ୍ୟା ୬ଟା ଯାଏଁ ପ୍ରାୟ ୫୬ ହଜାର୫୩୧ ଜଣଙ୍କୁ ଟୀକା ଲଗାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking