29.1 C
Bhubaneswar
Thursday, May 9, 2024
Homeଦେଶ ବିଦେଶକର୍ଣ୍ଣାଟକ ହାଇକୋର୍ଟଙ୍କ ଗୁରୁତ୍ଵପୁର୍ଣ୍ଣ ରାୟ : ଝିଅର ଵିଵାହ ପର୍ଯ୍ୟନ୍ତ ଭରଣ ପୋଷଣ ଦାଇତ୍ଵ ଉଠାଇଵାକୁ...

କର୍ଣ୍ଣାଟକ ହାଇକୋର୍ଟଙ୍କ ଗୁରୁତ୍ଵପୁର୍ଣ୍ଣ ରାୟ : ଝିଅର ଵିଵାହ ପର୍ଯ୍ୟନ୍ତ ଭରଣ ପୋଷଣ ଦାଇତ୍ଵ ଉଠାଇଵାକୁ ଵାଧ୍ୟ ନୁହଁ ପରିଵାର ଲୋକ

କର୍ଣ୍ଣାଟକ : କର୍ଣ୍ଣାଟକ ହାଇକୋର୍ଟ ଆଉ ଏକ ଗୁରୁତ୍ଵପୁର୍ଣ୍ଣ ରାୟ ଶୁଣାଇଛନ୍ତି। ଝିଅର ଵିଵାହ ପର୍ଯ୍ୟନ୍ତ ଭରଣ ପୋଷଣ ଦାଇତ୍ଵ ଉଠାଇଵାକୁ ଵାଧ୍ୟ ନୁହଁ ପରିଵାର ଲୋକ। ୨୦୦୫ ଘରୋଇ ହିଂସା ଆଇନ ମୁତାଵକ ଵିଵାହ ଯାଏଁ ଝିଅର ଭରଣ ପୋଷଣ କରିଵାର କୈାଣସି ପ୍ରାଵଧାନ ନାହିଁ। ପ୍ରାପ୍ତ ଵୟସ ହେଵା ପର୍ଯ୍ୟନ୍ତ ଝିଅର ଦାଇତ୍ଵ ପରିଵାର ଲୋକ ଉଠାଇଵା ସହ ଭରଣପୋଷଣ ଵାଵଦରେ ଆର୍ଥିକ ସହାୟତା ଯୋଗାଇଵେ। କିନ୍ତୁ ଵିଵାହ ଯାଏଁ ଭରଣ ପୋଷଣ ଦେଵାକୁ ପରିଵାର ସଦସ୍ୟ ଵାଧ୍ୟ ନୁହଁ। ପୂର୍ଵରୁ ମାଜିଷ୍ଟ୍ରେଟ କୋର୍ଟ ଓ ସେସନ କୋର୍ଟ ଵିଵାହ ଯାଏଁ ଦୁଇ ଝିଅଙ୍କର ଭରଣ ପୋଷଣ କରିଵାକୁ ରାୟ ଶୁଣାଇଥିଲେ। ପରେ ତାଙ୍କ ଵାପା ହାଇକୋର୍ଟରେ ଆଵେଦନ କରିଥିଲେ। ଏନେଇ ଵିଚାରପତି ଵାଦାମିକର ଵିଵାହ ଯାଏଁ ଭରଣ ପୋଷଣ କରିଵା ରାୟକୁ ଵିରୋଧ କରି ଭିନ୍ନ ରାୟ ଶୁଣାଇଥିଲେ। ହାଇକୋର୍ଟ କହିଛନ୍ତି ଘରୋଇହିସାଂ ଧାରା ୨୦(୧)ଘ ମୁତାଵକ ପତ୍ନୀ ଓ ପିଲାଙ୍କୁ କ୍ଷତିପୁରଣ ଦେଵାର ପ୍ରାଵଧାନ ରହିଛି। ମାତ୍ର ୨ ଘ ସ୍ପଷ୍ଟ କରୁଛି ଜନ୍ମିତ ଓ ପାଳିତ ସନ୍ତାନଙ୍କୁ ପ୍ରାପ୍ତ ଵୟସ (୧୮) ଵର୍ଷରୁ କମ ଵୟସ ଥିଵାଯାଏଁ ଭରଣ ପୋଷଣ ଦିଆଯିଵ। ଅପାହିଜ ଵା ଶାରୀରିକ ଅକ୍ଷମତା କ୍ଷେତ୍ରରେ ଝିଅ ମାନଙ୍କୁ ଏହି ସୁଵିଧା ମିଳିଵ। ୧୯୯୮ ମସିହାରେ ଵିଵାହ କରିଥିଵା ଦୁଇ ଶିକ୍ଷକ ଦମ୍ପତ୍ତିଙ୍କ ମଧ୍ୟରେ ଘୋରଇ ଵିଵାଦ ଦେଖାଦେଇଥିଲା ପରେ ପତ୍ନୀ ତାଙ୍କ ଵିରୋଧରେ ଘୋରୋଇ ହିସାଂ ଅଭିଯୋଗ ଆଣି ୧୦ ଲକ୍ଷ ଟଙ୍କାର କ୍ଷତିପୂରଣ ଦାଵି କରିଥିଲେ। ପରେ ପୃଥକ ଯୌତୁକ ମାମଲା ରୁଜୁ କରିଥିଲେ। ପୂର୍ଵରୁ ସେସନ କୋର୍ଟ ପିଲାଙ୍କ ଭରଣ ପୋଷଣ ପାଇଁ ୫ରୁ ୬ ହଜାର ଧାଜ୍ୟ କରିଥିଲେ ଯାହାକୁ ସେସନ କୋର୍ଟ ୪ ହଜାରକୁ ହ୍ରାସ କରିଥିଲେ। ହାଇକୋର୍ଟ ଗୁରୁତ୍ଵପୁର୍ଣ୍ଣ ରାୟ ଶୁଣାଇଵା ସହ ମା ରୋଜଗାରକ୍ଷମ ହୋଇଥିଵାରୁ ଭରଣପୋଷଣକୁ ଵାଦ ଦେଇଛନ୍ତି। ଘରୋଇ ହିସାଂ ଵାଵଦକୁ ସେସନ କୋର୍ଟ ୧ ଲକ୍ଷ ଟଙ୍କା ଦେଵାକୁ ଘୋଷଣା କରିଥିଲେ ଯାହାକୁ ହାଇକୋର୍ଟ ସହମତି ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking