25.1 C
Bhubaneswar
Saturday, January 4, 2025
Homeଓଡିଶାଓଡିଶା ସ୍ଥିତି ଠିକ୍ ଅଛି: ଆଇଏଲଏସ ନିର୍ଦ୍ଦେଶକ

ଓଡିଶା ସ୍ଥିତି ଠିକ୍ ଅଛି: ଆଇଏଲଏସ ନିର୍ଦ୍ଦେଶକ

ଭୁବନେଶ୍ୱର: ରାଜ୍ୟରେ ୩ ୟୁକେ ଷ୍ଟ୍ରେନ ଚିହ୍ନଟ ନେଇ ଆଇଏଲଏସ ନିର୍ଦ୍ଦେଶକ ମହତ୍ୱପୂର୍ଣ୍ଣ ସୂଚନା ପ୍ରଦାନ କରିଛନ୍ତି । ଡିସେମ୍ବରରେ ୩ ୟୁକେ ଫେରନ୍ତାଙ୍କ ଠାରେ ଷ୍ଟ୍ରେନ ଚିହ୍ନଟ ହୋଇଥିଲା । ଚିହ୍ନଟ ହୋଇଥିବା ୩ ୟୁକେ ଷ୍ଟ୍ରେନ ଆକ୍ରାନ୍ତ ସୁସ୍ଥ ହୋଇ ସାରିଛନ୍ତି । ସେମାନେ ଆରୋଗ୍ୟ ହୋଇଥିବାରୁ କାହାକୁ ସଂକ୍ରମିତ କରିନାହାନ୍ତି । ମହାରାଷ୍ଟ୍ର, ପଂଜାବରେ ଷ୍ଟ୍ରେନର ସଂକ୍ରମଣ ହାର ଅଧିକ ରହିଛି । ପୁନଃ ସଂକ୍ରମଣ ହାର ୧:୧ରୁ ୧:୧.୫କୁ ବଢିଛି । ମାତ୍ର ମାରାତ୍ମକ ନୁହେଁ । ପଂଜାବରେ ୮୦ ପ୍ରତିଶତ ୟୁକେ ଭେରିଏଣ୍ଟ ରହିଛି । ଓଡିଶାରେ ସ୍ଥିତି ଭଲ ରହିଛି ବୋଲି ସେ କହିଛନ୍ତି । ତଥାପି ହୋଲି ଭଳି ପର୍ବପର୍ବାଣୀରେ ସତର୍କ ରହିବା ଦରକାର । ମାଇକ୍ରୋ କଣ୍ଟେନମେଣ୍ଟ ଜୋନ କରି ନିୟନ୍ତ୍ରଣ କରାଯାଇପାରିବ । ଆଇଏଲଏସରେ ୨୨୦ ସାମ୍ପଲରୁ ଏନ୪୪୦କେ ମିଳିଛି, ମାରାତ୍ମକତ ନୁହେଁ । ଓଡିଶାର ବିଭିନ୍ନ ଜିଲ୍ଲାରୁ ଚିହ୍ନଟ ନମୁନାରୁ ଭୟାନକ ସ୍ଥିତି ନାହିଁ । ବର୍ତମାନ ନୂଆପଡା, କନ୍ଧମାଳ, କଳାହାଣ୍ଡିର ନମୁନା ପରୀକ୍ଷା କରୁଛୁ ।

ସେହିପରି ରାଜ୍ୟରେ ଜଣେ ଡବଲ ମ୍ୟୁଟାଣ୍ଟ ଚିହ୍ନଟ ହୋଇଥିବା ସୂଚନା ରହିଛି । ଡିସେମ୍ବରରୁ ଫେବୃୟାରୀ ମଧ୍ୟରେ ୨୨୦ ସାମ୍ପଲ ଟେଷ୍ଟ କରାଯାଇଥିଲା । ୨୨୦ ସାମ୍ପଲରୁ ଗୋଟିଏ ଡବଲ ମ୍ୟୁଟେସନ ମିଳିଥିଲା । ସେ ସଂପୂର୍ଣ୍ଣ ସୁସ୍ଥ ହୋଇସାରିଛନ୍ତି । କାହାକୁ ସଂକ୍ରମିତ କରିନାହାନ୍ତି ବୋଲି ଆଇଏଲଏସ ନିର୍ଦ୍ଦେଶକ ଅଜୟ ପରିଡା କହିଛନ୍ତି । ଏବେ ରାଜ୍ୟରେ ଆଉ କିଛି ମ୍ୟୁଟାଣ୍ଟ ମିଳିଛି, ଏନ୪୪୦କେ କୁହାଯାଉଛି । ଓଡିଶାରୁ ୩ଟି ଏନ୪୪୦କେ ମ୍ୟୁଟାଣ୍ଟ ମିଳିଛି । ଛତିଶଗଡରୁ ବି ୩ଟି ମିଳିଛି । ସେମାନେ ବେଶି ମାରାତ୍ମକ ନୁହଁନ୍ତି କି ସଂକ୍ରାମକ ନୁହଁନ୍ତି ବୋଲି ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking