28.1 C
Bhubaneswar
Friday, March 29, 2024
Homeଓଡିଶାପେଟ୍ରୋଲ-ଡିଜେଲ ହେଲା ଶସ୍ତା

ପେଟ୍ରୋଲ-ଡିଜେଲ ହେଲା ଶସ୍ତା

ନୂଆଦିଲ୍ଲୀ: ଲଗାତର ଦ୍ୱିତୀୟ ଦିନ ଗୁରୁବାର ପେଟ୍ରୋଲ ଓ ଡିଜେଲ ମୂଲ୍ୟ ହ୍ରାସ ପାଇଛି । ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୨୧ ପଇସା ଓ ଡିଜେଲ ୨୦ ପଇସା ଶସ୍ତା ହୋଇଛି । ଗୁରୁବାର ଦିଲ୍ଲୀରେ ପେଟ୍ରୋଲ ୯୦.୭୮ ଟଙ୍କା ପ୍ରତି ଲିଟର ରହିଛି । ଗତ ଦୁଇ ଦିନରେ ଦିଲ୍ଲୀରେ ପେଟ୍ରୋଲ ୩୯ ପଇସା ଓ ଡିଜେଲ ୩୭ ପଇସା ଶସ୍ତା ହୋଇଛି । ବୁଧବାର ପ୍ରାୟ ୨୪ ଦିନ ପରେ ତୈଳ କମ୍ପାନୀ ମୂଲ୍ୟ ହ୍ରାସ କରିଛନ୍ତି । ଏହା ପୂର୍ବରୁ ସମଗ୍ର ଦେଶରେ ଡିଜେଲ-ପେଟ୍ରୋଲ ମୂଲ୍ୟ ଆକାଶଛୁଆଁ ହୋଇଥିଲା । ତେବେ ଗତକାଲି ଭୁବନେଶ୍ୱରରେ ପେଟ୍ରୋଲ ଦର ଲିଟର ପିଛା ୯୧.୭୨ ପଇସା ଥିବା ବେଳେ ଆଜି ୯୧.୩୪ ପଇସା ଓ ଡିଜେଲ ଲିଟର ପିଛା ଗତକାଲି ୮୮.୬୦ ପଇସା ଥିବା ବେଳେ ଆଜି ୮୮.୨୩ ପଇସା ରହିଛି । ଫଳରେ ଗାଡି ଚାଳକ ସାମାନ୍ୟ ଆଶ୍ୱସ୍ତି ଲାଭ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking