ନୂଆଦିଲ୍ଲୀ: କରୋନା ନେଲା ଓଡ଼ିଆ ଆଇଏଏସ୍ ଅଫିସରଙ୍କ ଜୀବନ । କେରଳ କ୍ୟାଡର ବରିଷ୍ଠ ଆଇଏଏସ୍ ଏଡଓ୍ୱିନ୍ କୁଳଭୂଷଣ ମାଝୀ କରୋନାରେ ଆଖି ବୁଜିଛନ୍ତି । ଚିକିତ୍ସାଧୀନ ଅବସ୍ଥାରେ ୫୮ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । ତାଙ୍କ ଘର ସୁନ୍ଦରଗଡ଼ ଜିଲ୍ଲାରେ । ୧୯୮୯ ବ୍ୟାଚ୍ କେରଳ କ୍ୟାଡର ଆଇଏଏସ୍ ଅଫିସର ଏଡଓ୍ୱିନ୍ କୁଳଭୂଷଣ ମାଝୀ । ଏବେ ସେ କେନ୍ଦ୍ରୀୟ ଡେପୁଟେସନରେ ଥିଲେ ।

କେନ୍ଦ୍ରରେ ଖାଦ୍ୟ ଓ ସାଧାରଣ ବଣ୍ଟନ ବିଭାଗର ଅତିରିକ୍ତ ସଚିବ ଥିଲେ । କରୋନା ସଂକ୍ରମିତ ହେବା ପରେ ଗତ କିଛି ଦିନ ହେବ ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଥିଲା । ସେ ଥିରୁବନ୍ତପୁରମ୍ ଜିଲ୍ଲାପାଳ ଥିଲେ । କେନ୍ଦ୍ରୀୟ ଡେପୁଟେସନରେ ଆସିବା ପୂର୍ବରୁ କେରଳ ରାଜସ୍ୱ ବିଭାଗର ପ୍ରମୁଖ ସଚିବ ଦାୟିତ୍ୱ ତୁଲାଉଥିଲେ ।