36.1 C
Bhubaneswar
Monday, May 20, 2024
Homeଓଡିଶାମୁଁ ଶପଥ ନେଇଛି ଗତଥର ଏକା ଜିତିଥିଲି, ଏଥର ୩ ଜଣଙ୍କୁ ଜିତାଇବି : ସୁର

ମୁଁ ଶପଥ ନେଇଛି ଗତଥର ଏକା ଜିତିଥିଲି, ଏଥର ୩ ଜଣଙ୍କୁ ଜିତାଇବି : ସୁର

ଭୁବନେଶ୍ୱର : ଆଗକୁ ସାଧାରଣ ନିର୍ବାଚନ । ଏନେଇ ବିଜେପି ଓ ବିଜେଡି ଭଳି କଂଗ୍ରେସ ବି ନିଜର ନିର୍ବାଚନ ରଣନୀତି ପ୍ରସ୍ତୁତ କରିବାରେ ଲାଗିଛି । ତେବେ ଏହା ଭିତରେ କଂଗ୍ରେସ ନେତା ସୁରେଶ ରାଉତରାୟ କହିଛନ୍ତି ଯେ ମୁଁ ଶପଥ ନେଇଛି ଗତଥର ଏକା ଜିତିଥିଲି, ଏଥର ୩ ଜଣଙ୍କୁ ଜିତାଇବି । ମୋ ଦୁଇ ପୁଅ କଂଗ୍ରେସରୁ ନିର୍ବାଚନ ଲଢିବେ । କିନ୍ତୁ ମୁଁ ନିର୍ବାଚନ ଲଢିବି ନାହିଁ ବୋଲି ଶ୍ରୀ ରାଉତରାୟ କହିଛନ୍ତି । ଏହାଛଡ଼ା ସେ କହିଛନ୍ତି ଯେ ପିସିସି ସଭାପତି ଶରତ ପଟ୍ଟନାୟକ ନିର୍ବାଚନ ଲଢିବା ପାଇଁ ମୋତେ ଅନୁରୋଧ କରିଛନ୍ତି । କିନ୍ତୁ ମୁଁ ନିର୍ବାଚନ ଲଢିବି ନାହିଁ । ୮୦ ବର୍ଷ ପରେ ଆଉ ନିର୍ବାଚନ ଲଢିବା ଉଚିତ ନୁହେଁ ବୋଲି ସୁର କହିଛନ୍ତି । ସେହିପରି ବିଜେଡି ଓ ବିଜେପି ମଧ୍ୟ ମେଣ୍ଟ ଚର୍ଚ୍ଚାକୁ ନେଇ ସେ କହିଛନ୍ତି ଯେ ଯଦି ସେମାନଙ୍କ ଭିତରେ ମେଣ୍ଟ ହୁଏ ତେବେ କଂଗ୍ରେସ ୧୦୦ଟି ବିଧାନସଭା ଆସନ ହାସଲ କରିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking