33.1 C
Bhubaneswar
Thursday, October 3, 2024
Homeହୋଲି/ ଦୋଳ ପୂର୍ଣ୍ଣିମାଆସନ୍ତୁ ଜାଣିବା କଣ ରହିଛି ହୋଲି ଖେଳ ପଛର ପୌରାଣିକ ତତ୍ୱ

ଆସନ୍ତୁ ଜାଣିବା କଣ ରହିଛି ହୋଲି ଖେଳ ପଛର ପୌରାଣିକ ତତ୍ୱ

ଭୁବନେଶ୍ୱର : ଆଜି ହେଉଛି ରଙ୍ଗର ପର୍ବ ହୋଲି । ଗାଁଠୁ ସହର ସବୁଠି ଚାଲେ ରଙ୍ଗର ଖେଳ । ଜଣେ ଜଣକୁ ରଙ୍ଗ ବୋଳି ଶୁଭ ମନାସନ୍ତି । ପରସ୍ପର ମଧ୍ୟରେ ସ୍ନେହ ଓ ଆଦର ଦର୍ଶାଇବାର ଏହି ରଙ୍ଗ ଖେଳ ଏକ ମାଧ୍ୟମ । ଗୀତ ନାଚର ଆସର ବି ଜମେ । ଗାଁକୁ ଗାଁ ବୁଲି ପିଲାଠୁ ବୟସ୍କ ସମସ୍ତେ ହୋଲି ଖେଳରେ ମସଗୁଲ ହୁଅନ୍ତି । ରଙ୍ଗ ଓ ରଙ୍ଗ ପିଚକାରୀର ଆଜି ଦିନରେ ଦବଦବା ରହେ । ହୋଲି ଖେଳ ପଛରେ ପୌରାଣିକ ତତ୍ୱ ବି ରହିଛି । ତେବେ ଆସନ୍ତୁ ଜାଣିବା, ଅସୁର ରାଜା ହିରଣ୍ୟକଶ୍ୟପ ନିଜ ପୁଅ ପ୍ରହଲ୍ଲାଦଙ୍କୁ ମାରିବାକୁ ଷଡ଼ଯନ୍ତ୍ର ରଚିଥିଲେ । କାରଣ ପ୍ରହଲ୍ଲାଦ ଥିଲେ ବିଷ୍ଣୁଙ୍କ ପରମ ଭକ୍ତ । ଆଉ ହିରଣ୍ୟକଶ୍ୟପ ଏଥିରେ ଖୁବ୍ ରାଗିଯାଇ ନଜ ଭଉଣୀ ହୋଲିକା ମାଧ୍ୟମରେ ପ୍ରହଲ୍ଲାଦଙ୍କୁ ହତ୍ୟା କରିବାକୁ ଷଡ଼ଯନ୍ତ୍ର ରଚିଥିଲେ । ହୋଲିକାକୁ ବର ମିଳିଥିଲା ଯେ, ସେ ନିଆଁରେ ଜଳିବ ନାହିଁ । ହେଲେ ସେ ଯେତେବେଳେ ପ୍ରହଲ୍ଲାଦଙ୍କୁ ଧରି ନିଆ ଭିତରକୁ ଗଲେ, ପ୍ରହଲ୍ଲାଦ ବିଷ୍ଣୁଙ୍କୁ ପ୍ରାର୍ଥନା କଲେ । ଆଉ ହୋଲିକା ନିଆଁ ପୋଡ଼ି ହୋଇ ପ୍ରାଣତ୍ୟାଗ କଲେ ଓ ପ୍ରହଲ୍ଲାଦ ବଞ୍ଚିଗଲେ । ଅନ୍ୟ ଏକ ପୌରାଣିକ ତତ୍ୱ ଅନୁସାରେ ରାଧା-କ୍ରିଷ୍ଣଙ୍କ ସାତ୍ୱିକ ପ୍ରେମର ପ୍ରମାଣ ହେଉଛି ହୋଲି ଖେଳ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking