37.1 C
Bhubaneswar
Sunday, April 28, 2024
Homeଓଡିଶାସିଏମ୍‌ସି ଡେପୁଟି ମେୟର୍ ନିର୍ବାଚନରେ ହାଇଡ୍ରାମା: କକ୍ଷ ତ୍ୟାଗ କଲେ ବିଜେପି ଓ କଂଗ୍ରେସ କାଉନ୍‌ସିଲର୍‌

ସିଏମ୍‌ସି ଡେପୁଟି ମେୟର୍ ନିର୍ବାଚନରେ ହାଇଡ୍ରାମା: କକ୍ଷ ତ୍ୟାଗ କଲେ ବିଜେପି ଓ କଂଗ୍ରେସ କାଉନ୍‌ସିଲର୍‌

ଭୁବନେଶ୍ୱର: ଆଜି ସିଏମ୍‌ସି ଡେପୁଟି ମେୟର୍ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ ବିଜେପି ଓ କଂଗ୍ରେସ କାଉନ୍‌ସିଲର୍‌ଙ୍କ ହାଇଡ୍ରାମା ଦେଖିବାକୁ ମିଳିଛି । ନିର୍ବାଚନ ନିୟମ ଉଲ୍ଲଂଘନ କରି ଉଭୟ ଦଳର କାଉନ୍‌ସିଲର୍ ପ୍ରାର୍ଥୀମାନେ କକ୍ଷ ତ୍ୟାଗ କରିବା ସହ ଅବଜର୍ଭର୍‌ଙ୍କୁ ଦେଖାଇ ଭୋଟ୍ ଦାନ ନିୟମକୁ ବିରୋଧ କରିଛନ୍ତି । ତେବେ ଡେପୁଟୀ ମେୟର୍ ପଦ ପାଇଁ ବିଜେଡିରୁ ଦମୟନ୍ତୀ ମାଝୀ ନାମାଙ୍କନ ଭରିବା ପରେ ଏହିସବୁ ସମସ୍ୟା ଦେଖା ଦେଇଛି । ଉଭୟ ଦଳର କାଉନ୍‌ସିଲର୍‌ମାନଙ୍କ ପ୍ରତିକ୍ରିୟା ନେବାରେ ସେମାନେ କହିଛନ୍ତି ଯେ, ଆମେ ମେୟର୍‌ଙ୍କୁ ବିରୋଧ କରୁନୁ ବରଂ ବିଜେଡି ଇଲେକ୍ସନ୍ କମିଶନର ନିୟମ ଉଲ୍ଲଂଘନ କରିଥିବାରୁ ବାଧ୍ୟ ହୋଇ ଆମେ କକ୍ଷ ତ୍ୟାଗ କରୁଛୁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking