31.1 C
Bhubaneswar
Monday, May 13, 2024
Homeଅପରାଧକଲେଜ ଛାତ୍ରୀଙ୍କୁ ଅଶ୍ଳୀଳ ଇଙ୍ଗିତକରି ଜେଲ୍‌ଗଲେ ଚତୁର୍ଥଶ୍ରେଣୀ କର୍ମଚାରୀ

କଲେଜ ଛାତ୍ରୀଙ୍କୁ ଅଶ୍ଳୀଳ ଇଙ୍ଗିତକରି ଜେଲ୍‌ଗଲେ ଚତୁର୍ଥଶ୍ରେଣୀ କର୍ମଚାରୀ

ବାଲେଶ୍ୱର : ନୀଳଗିରି କଲେଜର ଜନୈକା ଛାତ୍ରୀଙ୍କୁ ଅଶାଳୀନ ମନ୍ତବ୍ୟ ଦେଇଥିବା ନେଇ କଲେଜର ଜନୈକ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ଜେଲ୍‌ଯିବାକୁ ପଡ଼ିଛି । ପ୍ରାପ୍ତ ସୂଚନା ଅନୁସାରେ ଗତ ୫ତାରିଖ ଦିନ ସକାଳ ପ୍ରାୟ ୮.୩୦ମି. ସମୟରେ ଜନୈକା ଛାତ୍ରୀ ଜଣକ କଲେଜ ଜି.ସି.ଆର. ରୁମରେ ଏକୁଟିଆ ବସିଥିବା ବେଳେ କଲେଜର ଜଣେ ରାତ୍ରି ଜଗୁଆଳି ରୁମ୍‌କୁ ଯାଇ ଛାତ୍ରୀଙ୍କୁ କଲେଜ ୧୦ଟା ବେଳେ ଥିବାବେଳେ ଏତେଶୀଘ୍ର କ’ଣ ପାଇଁ ଆସିଛ ବୋଲି ପଚାରିବା ସହ ଅଶ୍ଳୀଳ ଇଙ୍ଗିତ କରିଥିଲା । ପରେ ଛାତ୍ରୀଙ୍କୁ ଧରିବାକୁ ଆସୁଥିବା ବେଳେ ଛାତ୍ରୀ ଜଣକ କୌଶଳକ୍ରମେ ଖସି ଯାଇଥିଲେ । ଘଟଣା ବାବଦରେ ଛାତ୍ରୀ ଜଣକ ସାଙ୍ଗମାନଙ୍କୁ କହିବା ସହ ଅଧ୍ୟକ୍ଷଙ୍କୁ ଘଟଣା ସଂପର୍କରେ ଅବଗତ କରିଥିଲେ । ଅଧ୍ୟକ୍ଷ କୌଣସି ପଦକ୍ଷେପ ନ ନେବାରୁ ଆଜି ନୀଳଗିରି ଥାନାରେ ଛାତ୍ରୀ ଜଣକ ଅଭିଯୋଗ କଲାପରେ ଘଟଣାକୁ ଗୁରୁତ୍ୱ ଦେଇ କଲେଜ ପରିସରରୁ କର୍ମଚାରୀ ଜଣକ ଡ୍ୟୁଟିରେ ରହିଥିବା ବେଳେ ଅଧ୍ୟକ୍ଷଙ୍କ ବିନା ଅନୁମତିରେ ପୁଲିସ ଗିରଫକରି କୋର୍ଟଚାଲାଣ କରିଛି । ପରେ ଜାମିନ୍ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking