38.1 C
Bhubaneswar
Friday, April 26, 2024
Homeଓଡିଶାଟ୍ରଲିରେ ବୋହିଥିଲେ , ବଞ୍ଚିଲେନି ସ୍ତ୍ରୀ

ଟ୍ରଲିରେ ବୋହିଥିଲେ , ବଞ୍ଚିଲେନି ସ୍ତ୍ରୀ

କଟକ : ଟ୍ରଲିରେ ପୁରୀରୁ କଟକ ଆସିଥିବା ମହିଳାଙ୍କ ଏସସିବିରେ ମୃତ୍ୟୁ ହୋଇଛି । ଏସସିବି ଜରୁରିକାଳୀନ ଅଧିକାରୀ ଭୁବନାନନ୍ଦ ମହାରଣା ସୂଚନା ଦେଇଛନ୍ତି । ପୁରୀ ଜିଲ୍ଲା ସାକ୍ଷୀଗୋପାଳ ଦାସବିଦ୍ୟାଧରପୁରରୁ ଟ୍ରଲିରେ କଟକ ଆସିଥିଲେ । ଟ୍ରଲିରେ ପ୍ରାୟ ୭୦ କିଲୋମିଟର ଟାଣିଟାଣି ଆଣିଥିଲେ ସ୍ୱାମୀ । ଅର୍ଥାଭାବରୁ ଭଡ଼ା ଗାଡ଼ିରେ ଆଣିବାକୁ ଅକ୍ଷମ ହେବାରୁ ନିଜେ ଟ୍ରଲିରେ ବୋହି ନେଇଥିଲେ । ଓଏମପି ଛକରେ ସହାୟତାର ହାତ ବଢାଇଥିଲେ ସ୍ୱେଚ୍ଛାସେବୀ । ଅସୁସ୍ଥ ମହିଳାଙ୍କୁ ଏସସିବିରେ ଭର୍ତ୍ତି କରାଇଥିଲେ କିଛି ସ୍ୱେଚ୍ଛାସେବୀ । ଚିକିତ୍ସାଧିନ ଅବସ୍ଥାରେ ସ୍ତ୍ରୀର ମୃତ୍ୟୁରେ ଭାଙ୍ଗି ପଡ଼ିଛନ୍ତି ସ୍ୱାମୀ । ଟ୍ରଲିରେ ନ ଆସି ଆମ୍ବୁଲାନ୍ସରେ ଆସିଥିଲେ ସମ୍ଭବତଃ ବଞ୍ଚି ପାରିଥାନ୍ତେ ସ୍ତ୍ରୀ ବୋଲି କେହାଭରା କଣ୍ଠରେ ପ୍ରକାଶ କରିଛନ୍ତି ସ୍ୱାମୀ । ତେବେ ବର୍ତ୍ତମାନ ପରିସ୍ଥିତିରେ ହଜି ଯାଇଛି ମାନବିକତା । ପୁରୀରୁ କଟକ ପ୍ରାୟ ୭୦କିମି ଆସିବା ବାଟରେ କୌଣସି ବ୍ୟକ୍ତି ତାଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିନଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking