27.1 C
Bhubaneswar
Friday, July 11, 2025
Homeଅପରାଧତେଣ୍ଟା ମାଡରେ ଚାଲିଗଲା ୨ ଜୀବନ, ୭ ଗୁରୁତର

ତେଣ୍ଟା ମାଡରେ ଚାଲିଗଲା ୨ ଜୀବନ, ୭ ଗୁରୁତର

ପୁରୀ: ପୁରୀ ବ୍ରହ୍ମଗିରି ତିମିରିସେନା ଗାଁରେ ହୋଇଛି ଗୋଷ୍ଠୀ ସଂଘର୍ଷ । ଏହି ସଂଘର୍ଷରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭ ଜଣ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ୭ଜଣଙ୍କୁ ପୁରୀ ସଦର ମୁଖ୍ୟ ଚିକିସ୍ଛାଳୟକୁ ସ୍ଥାନାନ୍ତର କରାଯାଇଛି । ଏହି ଅଭାବନୀୟ ଘଟଣାରେ ୧୪ ଜଣ ଆହତ ହୋଇଥିବା ସୂଚନା ମିଳିଛି । କୁରାଢି ଓ ତେଣ୍ଟାରେ ହୋଇଥିବା ଆକ୍ରମଣ । ତେବେ ପିଇବା ପାଣିକୁ କେନ୍ଦ୍ର କରି ଗାଁରେ ଗୋଷ୍ଠୀ ସଂଘର୍ଷ ହୋଇଥିବା ସୂଚନା ମିଳିଛି । ଏନେଇ ଗାଁରେ ୨ ପ୍ଲାଟୁନ୍ ପୋଲିସ ମୁତୟନ ହୋଇଛନ୍ତି । ଅନ୍ୟପଟେ ମୃତକ ୨ ଜଣ ହେଉଛନ୍ତି କାଳିଆ ଭୋଇ ଓ ସୁରିଆ ଭୋଇ । ୯ ଜଣଙ୍କୁ ଅଟକ ରଖି ପୋଲିସ ପଚରାଉଚୁରା ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking