24.1 C
Bhubaneswar
Tuesday, January 20, 2026
Homeଦେଶ ବିଦେଶମଙ୍କିପକ୍ସର ପ୍ରଥମ ଟିକାକୁ ହୁ’ର ଗ୍ରୀନ୍ ସିଗ୍‌ନାଲ

ମଙ୍କିପକ୍ସର ପ୍ରଥମ ଟିକାକୁ ହୁ’ର ଗ୍ରୀନ୍ ସିଗ୍‌ନାଲ

ଜେନିଭା : ବିଶ୍ୱବ୍ୟାପୀ ବର୍ଦ୍ଧିତ ମଙ୍କିପକ୍ସ ସଂକ୍ରମଣଜନିତ ଭୟ ମଧ୍ୟରେ ଏକ ବଡ଼ ଆଶ୍ୱସ୍ତିଜନକ ଖବର ସାମ୍ନାକୁ ଆସିଛି। ମଙ୍କିପକ୍ସ ଭୂତାଣୁ ବିରୋଧରେ ପ୍ରସ୍ତୁତ ହୋଇଥିବା ଏକ ଟିକାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ପକ୍ଷରୁ ଗ୍ରୀନ୍ ସିଗ୍‌ନାଲ ଦିଆଯାଇଛି। ଖୁବଶୀଘ୍ର ଏହି ଟିକାକୁ ମଙ୍କିପକ୍ସ ବିରୋଧୀ ଭ୍ୟାକସିନ୍ ରୂପେ ବିଶ୍ୱର ପ୍ରତ୍ୟେକ ବ୍ୟକ୍ତିବିଶେଷଙ୍କୁ ଦିଆଯିବ ବୋଲି ସୂଚନା ମିଳିଛି। ସୂଚନାଯୋଗ୍ୟ, ଏହି ଟିକାର ନାମ ବଭାରିଆନ୍ ନର୍ଡ଼ିକ୍ ବା ଏମ୍‌ଭିଏ-ବିଏନ୍ ରଖାଯାଇଛି। ହୁ’ ପକ୍ଷରୁ ମଙ୍କିପକ୍ସ ରୋଗୀଙ୍କ କ୍ଷେତ୍ରରେ ବ୍ୟବହାର ପାଇଁ ଏହି ଟିକାକୁ ପ୍ରାକ୍‌-ଯୋଗ୍ୟତା ଶ୍ରେଣୀରେ ଅନ୍ତର୍ଭୁକ୍ତ କରିଛି।
ହୁ’ ପକ୍ଷରୁ ଏନେଇ ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ, ପୂର୍ବରୁ ଦିଆଯାଇଥିବା ଏମ୍‌ଭିଏ-ବିଏନ୍‌ର ଗୋଟିଏ ଡୋଜ୍ ଟିକା ପ୍ରାୟ ୭୬% ପ୍ରଭାବଶାଳୀ ରହୁଥିବା ଦେଖିବାକୁ ମିଳୁଥିବା ବେଳେ ଦ୍ୱିତୀୟ ଡୋଜ୍ ଟିକା ୮୨% ଫଳପ୍ରଦତା ହାସଲ କରିବା ନେଇ ଆଶା ରହିଛି। ପରୀକ୍ଷଣସ୍ତରରେ ଏହାର ପ୍ରମାଣ ମିଳିସାରିଥିଲେ ମଧ୍ୟ ମାନବ ପରୀକ୍ଷଣ ଦିଗରେ ଏହାର ଫଳାଫଳକୁ ଅପେକ୍ଷା ରହିଛି। ଏହା ଆମ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ହୁ’ର ମହାନିର୍ଦ୍ଦେଶକ ଡକ୍ଟର ଟେଡ୍ରୋସ୍ ଆଡାନୋମ୍ ଗେବ୍ରିୟସସ୍ କହିଛନ୍ତି। ସବୁଠୁ ବଡ଼ କଥା ହେଉଛି, ଏମ୍‌ଭିଏ-ବିଏନ୍ ଟିକାକୁ ସ୍ମଲପକ୍ସ, ମଙ୍କିପକ୍ସ ଏବଂ ଏହା ସମ୍ବନ୍ଧୀୟ ଅର୍ଥୋପକ୍ସ ଭାଇରସ୍ ଇନଫେକ୍ସନ କ୍ଷେତ୍ରରେ ବ୍ୟବହାର କରାଯାଇପାରିବ। ୧୮ ବର୍ଷରୁ ଅଧିକ ବୟସ୍କ ସମସ୍ତ ବୟସ୍କ ବ୍ୟକ୍ତି ଏହି ଟିକା ନେଇପାରିବେ। ୪ ସପ୍ତାହ ବ୍ୟବଧାନ ଅର୍ଥାତ୍ ଗୋଟିଏ ମାସ ବ୍ୟବଧାନରେ ଦୁଇ ଡୋଜ୍ ଟିକା ନେବାକୁ ହେବ।
ପ୍ରକାଶ, ଆଫ୍ରିକୀୟ ଦେଶରେ ଏବେ ମଙ୍କିପକ୍ସଜନିତ ଭାଇରାଲ୍ ସଂକ୍ରମଣ ଦ୍ରୁତଗତିରେ ସମ୍ପ୍ରସାରିତ ହେବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ବିଶ୍ୱସ୍ତରରେ ପ୍ରାୟ ୧୭ଟି ଦେଶକୁ ମଙ୍କିପକ୍ସ ସଂକ୍ରମିତ ହୋଇସାରିଛି। ଗତ ଜୁଲାଇରେ ମଙ୍କିପକ୍ସର ପ୍ରାଣଘାତୀ ତଥା ନୂଆ ଭାରିଆଣ୍ଟ ‘କ୍ଲେଡ୍ ୧ ବି’ ଚିହ୍ନଟ ହେବା ପରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅଗଷ୍ଟ ୧୪ରେ ଏହାକୁ ହେଲ୍‌ଥ ଏମର୍ଜେନ୍ସି ଭାବେ ଘୋଷଣା କରିଥିଲା। ନିକଟରେ ଆଫ୍ରିକୀୟ ରାଷ୍ଟ୍ରରୁ ଭାରତ ଫେରିଥିବା ଜଣେ ଭାରତୀୟ ଯୁବକ ମଙ୍କିପକ୍ସର କ୍ଲେଡ୍ ୨ ଟାଇପ୍ ଭାରିଆଣ୍ଟ ଦ୍ୱାରା ସଂକ୍ରମିତ ହୋଇଥିବା ସ୍ପଷ୍ଟ ହୋଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking