32.1 C
Bhubaneswar
Saturday, May 2, 2026
Homeଓଡିଶାହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ବିଶାଳ ତ୍ରିରଙ୍ଗା ରାଲି 

ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ବିଶାଳ ତ୍ରିରଙ୍ଗା ରାଲି 

ଯାଜପୁର: ଯାଜପୁର ଜିଲ୍ଲା ବ୍ୟାସ ନଗର ସ୍ବୟଂ ଶାସିତ ମହାବିଦ୍ୟାଳୟ ରେ ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ଏକ ବିଶାଳ ତ୍ରିରଙ୍ଗା ରାଲି ଅନୁଷ୍ଠିତ ହୋଇଯାଇଛି। କୋରାଇ ର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଆକାଶ ଦାସନାୟକ ଦିବା ୧୦.୦୦ ଘଟିକା ସମୟରେ ମହାବିଦ୍ୟାଳୟ ର ପରିସରରେ ଏହି ରାଲିକୁ ଆନୁଷ୍ଠାନିକ ଭାବରେ ଉଦ୍ଘାଟନ କରିଥିଲେ। ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ଶରତ କୁମାର ମଲ୍ଲିକ, ଏନ୍ ସି ସି ଅଫିସର କ୍ଯାପ୍ଟେନ୍ ପୂର୍ଣ ଚନ୍ଦ୍ର ସ୍ଵାଇଁ, ଖେଳ ଶିକ୍ଷକ ଶ୍ରୀଯୁକ୍ତ ନିରଞ୍ଜନ ପୃଷ୍ଟି,ଅଧ୍ୟାପକ ବିବେକାନନ୍ଦ ଜେନା, ଡଃ ପ୍ରଜ୍ଞା ପ୍ରବର୍ତ୍ତୀକା ଦାଶ,ରମେଶ ଚନ୍ଦ୍ର ବେହେରା ଓ ସୁରେନ୍ଦ୍ର କୁମାର ସାହୁ ପ୍ରଭୃତି ରାଲିର ନେତୃତ୍ୱ ନେଇଥିଲେ। ଏଥିରେ ୧୫୦ ଏନ୍ ସି ସି କ୍ୟାଡେଟ, ୫୦ ଜଣ ଏନ୍ ଏସ୍ ଏସ୍ ସ୍ବଚ୍ଛାସେବି,୫୦ ଜଣ ୟୁଥ୍ ରେଡ୍ କ୍ରସ ସ୍ଵଛା ସେବି,୨୫୦ ଜଣ ସାଧାରଣ ଛାତ୍ରଛାତ୍ରୀ,ଶତାଧିକ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ ଯୋଗଦାନ କରି ହାତରେ ଜାତୀୟ ପତାକା ଧରି ସହର ପରିକ୍ରମା କରିଥିଲେ। ଠିକ୍ ଦିବା ୧୦.୦୦ ଘଟିକା ସମୟରେ ମହାବିଦ୍ୟାଳୟ ପରିସରରୁ ରାଲି ବାହାରି କଲେଜ୍ ଛକ,ଚୋରଦା,କହ୍ନେପୁର , ଭୂନିବନ୍ଧକ କାର୍ଯ୍ୟାଳୟ ଓ ଧବଳଗିରି ଛକ ଦେଇ ପୁ୍ନଶ୍ଚ ମହାବିଦ୍ୟାଳୟ ରେ ଦିବା ୧୧.୩୦ ସମୟରେ ପହଞ୍ଚିଥିଲା। ଆଜି ଦେଶାତ୍ମବୋଧକ ସଙ୍ଗୀତ ଓ ନାରା ଦ୍ବାରା ପୁରା ସହର ପ୍ରକମ୍ପିତ ହୋଇଥିଲା। ଛାତ୍ରଛାତ୍ରୀ ମାନେ ୫୦୦ ଫୁଟ୍ ଲମ୍ବର ଏକ ବିଶାଳ ତ୍ରିରଙ୍ଗା ପତାକାକୁ ବହନ କରି ଦେଶପ୍ରେମ ର ଅନନ୍ୟ ଉଦାହରଣ ସୃଷ୍ଟି କରିଥିଲେ। କାର୍ଯ୍ୟକ୍ରମ କୁ ପରିଚାଳନା କରିବାରେ ଅଧ୍ୟାପକ ତନ୍ମୟ କୁମାର ପୃଷ୍ଟି, ରାଧିକା ରଞ୍ଜନ କାନୁନଗୋ, ଡଃ ରଞ୍ଜନ କୁମାର ସାହୁ,ଅଜୟ କୁମାର ପଣ୍ଡା, ଡଃ ଚିରସ୍ମିତା ମିଶ୍ର ଓ ଲିପ୍ସା ପ୍ରିୟଦର୍ଶିନୀ ନାୟକ ପ୍ରମୁଖ ସାହାଯ୍ୟ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking