30.1 C
Bhubaneswar
Friday, April 26, 2024
Homeବ୍ରେକୀଙ୍ଗଛୋଟପିଲା କରୋନାରେ ସଂକ୍ରମିତ ହେଲେ କିପରି ଚିକିତ୍ସା କରାଯିବ ସୂଚନା ଦେଲେ ରାଜ୍ୟ ସରକାର

ଛୋଟପିଲା କରୋନାରେ ସଂକ୍ରମିତ ହେଲେ କିପରି ଚିକିତ୍ସା କରାଯିବ ସୂଚନା ଦେଲେ ରାଜ୍ୟ ସରକାର

ଭୁବନେଶ୍ୱର: ରାଜ୍ୟରେ କରୋନା ସ୍ଥିତି ନେଇ ସୂଚନା ଦେଇଛନ୍ତି ରାଜ୍ୟ ସରକାର । ଛୋଟ ପିଲା ସଂକ୍ରମିତ ହେଲେ କିପରି ତାର ଚିକିତ୍ସା କରାଯିବ ଓ ଦେଖାରଖା କରାଯିବ ସେନେଇ ପରାମର୍ଶ ଦିଆଯାଇଛି । ମାସ୍କ ପିନ୍ଧିବା, ସାମାଜିକ ଦୂରତର ରକ୍ଷା କରିବା ଓ ହାତ ଧୋଇବା ଜରୁରୀ ବୋଲି କୁହାଯାଇଛି । ତେଣୁ ପିଲାଟି ଯେପରି ମାସ୍କ ପିନ୍ଧିବ ତାକୁ ଶିଖେଇବାକୁ ପଡ଼ିବ । ପିଲାଙ୍କର ଯତ୍ନ ନେଉଥିବା ବ୍ୟକ୍ତି ଜର ଉପରେ ନଜର ରଖିବାକୁ ପଡ଼ିବ । ପିଲାଟି ଦେହରେ କେତେ ତାପମାତ୍ରା ଅଛି ତାହା ମଧ୍ୟ ଚେକ୍ କରିବାକୁ ପଡ଼ିବ । ପିଲା ପାଖରେ ଲକ୍ଷଣ ଦେଖାଗଲେ ତୁରନ୍ତ ହସ୍ପିଟାଲ ନେବା ଜରୁରୀ ବୋଲି କୁହାଯାଇଛି ।
ରାଜ୍ୟ ସରକାର ଦ୍ୱାରା କୋଭିଡ ସଂପର୍କିତ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ଯୋଗ ଦେଇ ଡ. ଅରବିନ୍ଦ ମହାନ୍ତି କହିଛନ୍ତି, କରୋନା ଆକ୍ରାନ୍ତ ଶିଶୁ ମଧ୍ୟ ମା’ କ୍ଷୀର ଖାଇପାରିବେ । ମା’ମାନେ ମାସ୍କ ପିନ୍ଧି ସତର୍କତାର ସହିତ ନିଜ ପିଲାଙ୍କୁ ସ୍ତନ୍ୟପାନ କରାଇପାରିବେ । ବର୍ଷକରୁ କମ ଶିଶୁର ମୁଖ୍ୟ ଖାଦ୍ୟ ମା’ କ୍ଷୀର ହୋଇଥିବାରୁ ମା’ ମାନେ ସତର୍କତା ଅବଲମ୍ବନ କରିବା ଉଚିତ । ମା’କ୍ଷୀର ଖାଇଲେ ପିଲାର ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥାଏ । କରୋନା ସମୟରେ ମା’ କ୍ଷୀର ଶିଶୁ ପାଇଁ ଜରୁରୀ । ଏହା କରୋନା ମୁକାବିଲାରେ ସାହାଯ୍ୟ କରିଥାଏ । କିନ୍ତୁ ଯେଉଁ ମା’ କରୋନା ଆକ୍ରାନ୍ତ ହୋଇ ନଥିବେ, ସେ କରୋନା ଆକ୍ରାନ୍ତ ଶିଶୁକୁ ମଧ୍ୟ ସ୍ତନ୍ୟପାନ କରାଇପାରିବେ। ଏହା ଦ୍ୱାରା ଶିଶୁ ଖୁବ ଶୀଘ୍ର ସୁସ୍ଥ ହୋଇପାରିବ ।
ବୟସ୍କମାନଙ୍କ ଭଳି ଛୁଆମାନେ ମଧ୍ୟ ପୃଥକବାସରେ ରହିପାରିବେ । କିନ୍ତୁ ତା’ର ରକ୍ଷଣାବେକ୍ଷଣ ପାଇଁ ସ୍ୱତନ୍ତ୍ର ଭାବେ ଜଣେ ଲୋକ ଦରକାର । ଏହା ମା’, ଜେଜେ ମା’ ଅଥବା ଶିଶୁକୁ ଅଧିକ ଭଲ ପାଉଥିବା ବ୍ୟକ୍ତି ହେଲେ ଭଲ । ଛୁଆମାନେ ଅଲଗା ରହି ଭିନ୍ନ ଏକ ଶୌଚାଳୟ ବ୍ୟବହାର କରିବା ଅସମ୍ଭବ । ସେଥିପାଇଁ ଘରଲୋକେ ବ୍ୟବହାର କରୁଥିବା ଶୌଚାଳୟକୁ ବାରମ୍ବାର ସାନିଟାଇଜ କରାଯିବା ଦରକାର ।
ଟିକା ଶିଶୁ ଦେହରେ ଆଣ୍ଟିବଡି ସୃଷ୍ଟି କରିଥାଏ ।ସବୁ ଛୁଆଙ୍କୁ ରୋଗମୁକ୍ତ କରିବା ଲାଗି ଟିକାକରଣକୁ ଗୁରୁତ୍ୱ ଦେଇଛନ୍ତି ରାଜ୍ୟ ସରକାର । ଟିକା ରୋଗରୁ ମୁକ୍ତ ରଖିବା ସହିତ ରୋଗ ପ୍ରତିଷେଧକ ଶକ୍ତି ବଢ଼ାଇ ଥାଏ । କିଛି ଆଣ୍ଟିବଡି ସୃଷ୍ଟି କରିଥାଏ । ତେଣୁ ପିଲାମାନଙ୍କୁ ଟିକା ଦିଆଯିବା ଦରକାର । କିଛି ଅଭିଭାବକଙ୍କ ଚିନ୍ତାଧାରା ଯେ, ସବୁ ସରକାରୀ ହସ୍ପିଟାଲରେ କରୋନା ଅଛି । କିନ୍ତୁ ଏହା ଭାବିବା ଭୁଲ । ସବୁ ଅଭିଭାବକ ପିଲାମାନଙ୍କୁ ସଠିକ ସମୟରେ ଟିକା ଦେଇ ନିରୋଗ ରଖନ୍ତୁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking