26.1 C
Bhubaneswar
Friday, March 29, 2024
Homeବ୍ରେକୀଙ୍ଗଭୁବନେଶ୍ୱରରୁ ଆଜି ୩୦୬ କରୋନା ଆକ୍ରାନ୍ତ ଚିହ୍ନଟ , ୫୦୬ ସୁସ୍ଥ

ଭୁବନେଶ୍ୱରରୁ ଆଜି ୩୦୬ କରୋନା ଆକ୍ରାନ୍ତ ଚିହ୍ନଟ , ୫୦୬ ସୁସ୍ଥ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ କ୍ରମାଗତ ଭାବେ ବହୁ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଏହାରି ମଧ୍ୟରେ ଆଜି ବି ମଧ୍ୟ ଭୁବନେଶ୍ୱରରୁ ୩୦୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିି । ଚିହ୍ନଟ ହୋଇଥିବା ୩୦୬ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୧୨୩ ଓ ସ୍ଥାନୀୟ ଅଞ୍ଚଳରୁ ୨୧୮ ଜଣ ଚିହ୍ନଟ ହୋଇଛନ୍ତି। ଏହାସହ ଆଜି ୫୦୬ ଜଣ ସୁସ୍ଥ ମଧ୍ୟ ହୋଇଛନ୍ତି । ଏନେଇ ବିଏମସି ପକ୍ଷରୁ ସୂଚନା ମିଳିଛି ।

https://twitter.com/bmcbbsr/status/1308024753312030727/photo/1
https://twitter.com/bmcbbsr/status/1308024753312030727/photo/2

ବିଏମସି ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଆଜି ସରକାରୀ ସଂଗରୋଧରୁ ଜାଗମରା, ଟଙ୍କପାଣି ରୋଡ, ସତ୍ୟନଗର, ୟୁନିଟ-୪, ପଟିଆରୁ ୪ ଜଣ ଲୋଖାଏଁ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିପରି ଆଜି ୪ ଜଣ ପୁଲିସ କର୍ମଚାରୀ ଆକ୍ରାନ୍ତ ହୋଇଛନ୍ତି । ଆଇଗଣିଆ, ଖଣ୍ଡଗିରି ବିହାର, ଆଇଆରସି ଭିଲେଜ, ଖଣ୍ଡଗିରି ବିହାର, ଶୈଳଶ୍ରୀ ବିହାରରୁ ୩-୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।ସ୍ଥାନୀୟ ସଂକ୍ରମଣ ଯୋଗୁଁ ଆକ୍ରାନ୍ତଙ୍କ ମଧ୍ୟରେ ଲକ୍ଷ୍ମୀସାରଗରୁ ୧୦ ଜଣ, ୟୁନିଟ-୯ରୁ ୭ ଜଣ, ଟଙ୍କପାଣି ଜୁଡିସିଆଲ କଲୋନିରୁ ୫ ଜଣ, ଆଇଆରସି ଭିଲେଜ, ଚକେଇସିହାଣୀରୁ ୪-୪ ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି ।

ବର୍ତ୍ତମାନ ସୁଦ୍ଧା ଭୁବନେଶ୍ୱରରୁ ୧୮୮୯୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୪୯୪୨ ଜଣ ସୁସ୍ଥ ହୋଇଛନ୍ତି ଓ ୬୮ ଜଣଙ୍କର ମୃତ୍ୟୁ ହୋଇଛି । ଏବେ ୩୮୭୪ ଜଣ ଚିକିତ୍ସିତ ଅବସ୍ଥାରେ ଅଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking