26.1 C
Bhubaneswar
Friday, July 4, 2025
Homeଜୀବନଶୈଳୀଗ୍ୟାଷ୍ଟ୍ରିକ ସମସ୍ୟାରୁ କିଭଳି ମୁକ୍ତି ପାଇବେ

ଗ୍ୟାଷ୍ଟ୍ରିକ ସମସ୍ୟାରୁ କିଭଳି ମୁକ୍ତି ପାଇବେ

ଭୁବନେଶ୍ୱର: ପ୍ରାୟ ଅନେକ ଲୋକଙ୍କର ଗ୍ୟାଷ୍ଟ୍ରିକ ସମସ୍ୟା ରହିଥାଏ । ଖାଦ୍ୟପେୟ ସମସ୍ୟା ହେତୁ ହେଇ କିମ୍ବା ଅନ୍ୟ କୌଣସି କାରଣ , ସେମାନେ ଏଥିପାଇଁ ଅନେକ ସମୟରେ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । ଗ୍ୟାସ ସମସ୍ୟା ରହିଥିଲେ ଖ୍ୟାଦ୍ୟପେୟରେ ଏପଟ ସେପଟ ହୋଇଗଲେ ପେଟ ଗୋଳେଇଘଣ୍ଟା ହୁଏ ଏବଂ ଫୁଲିଲା ପରି ମନେହୁଏ । ତେବେ ଘରୋଇ ଉପାୟରେ କିପରି ଏହି ସମସ୍ୟାକୁ ଦୂର କରିବେ । ଆଜିକାଲିର ପିଲାମାନେ ଖାଇବା ପିଇବା ଠିକ ସମୟରେ କରିନଥାନ୍ତି। ଏହା ବହୁ ମସଲାଯୁକ୍ତ ଖାଦ୍ୟ ଖାଇଥାନ୍ତି। ତେଣୁ ଏସିଡିଟି ଭଳି ସମସ୍ୟା ଦେଖାଦିଏ। ଏସିଡିଟି ଏକ ସାଧାରଣ ସମସ୍ୟା। ଏସିଡିଟି ଏକ ସାଧାରଣ ସମସ୍ୟା ହୋଇଥିଲେ ବି ଏହାକୁ ଅଣଦେଖା କରିବା ଉଚିତ ନୁହେଁ। ଏସିଡିଟିର କିଛି ଘରୋଇ ଉପଚାର ରହିଛି। ଏହା ଦ୍ୱାରା ଏସିଡିଟିରୁ ଆରାମ ମିଳେ। ଆସନ୍ତୁ ଜାଣିବା ଏସିଡିଟି ହେଲେ କେଉଁ ଘରୋଇ ଉପଚାର ଆପଣେଇବା।

ସମସ୍ତଙ୍କ ଘରେ ପ୍ରାୟେ ଜୁଆଣି ଥାଏ।ଜୁଆଣି ଓ ଲୁଣ ମିଶାଇ ଖାଆନ୍ତୁ। ଏସିଡିଟିି ହୋଇଥିଲେ ଆରାମ ଲାଗିବ।

ପ୍ରତିଦିନ ଅଁଳା ଖାଆନ୍ତୁ। ଏହାସହ ତୁଳସୀପତ୍ର ମଧ୍ୟ ଖାଆନ୍ତୁ। ଅଁଳା ଓ ତୁଳସୀପତ୍ରରେ ବହୁ ଔଷଧୀୟ ଗୁଣ ରହିଛି।

ଜିରାକୁ ଗୁଣ୍ଡ କରି ସେଥିରେ କଳା ଲୁଣ ପକାଇ ଖାଇଲେ ଏସିଡିଟି ଭଳି ସମସ୍ୟାରୁ ମୁକ୍ତି ମିଳେ।

ଏସିଡିଟି ହେଲେ ଦହିରେ ହଳଦି ମିଶାଇ ଖାଆନ୍ତୁ। ବହୁତ ଆରାମ ମିଳିଥାଏ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking