ବଳ ଦେଖାଇଲା ବାୟୁସେନା

ନୂଆଦିଲ୍ଲୀ : ଭାରତୀୟ ବାୟୁସେନାର ଆଜି ହେଉଛି ୮୮ ତମ ପ୍ରତିଷ୍ଠା ଦିବସ । ଭାରତର ଗୌରବଶାଳୀ ଅତୀତ ସହିତ ଜଡ଼ିତ କାର୍ଯ୍ୟକ୍ରମର ଆୟୋଜନ ହୋଇଛି । ସୀମାରେ ଚୀନ ଓ ପାକିସ୍ତାନର ଚ୍ୟାଲେଞ୍ଜ ମଧ୍ୟ ଭାରତ ବାୟୁସେନାର ପରାକ୍ରମ ହିଣ୍ଡନ ଏୟାର ବେସରେ ଦେଖାଯିବ । ଏହି ଆୟୋଜନରେ ମୋଟ ୫୬ଟି ଲଢୁଆ ବିମାନ ଅଂଶଗ୍ରହଣ କରିଛନ୍ତି, ଏଥିରେ ରାଫେଲ, ଜାଗୁଆର, ତେଜସ ସମେତ ସୁଖୋଇ ଓ ମିରାଜ ମଧ୍ୟ ସାମିଲ ଅଛି । ଆଜି ଷ୍ଟେଟିକ ଡିସପ୍ଲେରେ ରାଫେଲକୁ ସବୁଠାରୁ ମଝିରେ ସ୍ଥାନ ଦିଆଯିବ । ବିଜୟ ଫର୍ମେଶନରେ ରାଫେଲ ସହ ମିରାଜ-୨୦୦୦ ଓ ଜାଗୁଆର ଲଢୁଆ ବିମାନକୁ ମଧ୍ୟ ଟ୍ରାନ୍ସଫରମ ଫର୍ମେଶନରେ ତେଜସ ଓ ସୁଖୋଇ ବିମାନ ରହିବ । ସେହିଭଳି ଆକାଶରେ ବିଶ୍ୱ ଭାରତର ପ୍ରତିରକ୍ଷା ସ୍ଥିତି ଦେଖିବ । ରାଫେଲ ଓ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ତେଜସ ପ୍ରଦର୍ଶନ ହେବ । ତେବେ ଭାରତୀୟ ବାୟୁସେନା ୧୯୩୨ ମସିହାରେ ଆଜିର ଦିନରେ ପ୍ରତିଷ୍ଠା ହୋଇଥିଲା । ସେହି ପୁରୁଣା ଦିନକୁ ମନେ ପକାଇ ଭାରତ ବାୟୁସେନା ଦିବସ ପାଳନ କରୁଛି ।

LEAVE A REPLY

Please enter your comment!
Please enter your name here