ଡ଼ାଇବେଟିସକୁ ରଖିହେବ ନିୟନ୍ତ୍ରଣରେ

ଥରେ ଯଦି ଆପଣକୁ ଡ଼ାଇବେଟିସ ହେଇଛି ।ତେବେ ଏହା ଆପଣଙ୍କ ଦାୟିତ୍ୱ କିପରି ଏହାକୁ ନିୟନ୍ତ୍ରଣରେ ରଖିବୋ କାରଣ ଡ଼ାକ୍ତର କେବଳ ଆପଣଙ୍କୁ ଚିକିତ୍ସା ବତେଇବେ । ନିଜର ଯତ୍ନ ନିଜକୁ ରଖିବାକୁ ହେବ । ତେବେ ଆସନ୍ତୁ ଆଜି ଜାଣିବା କିଛି ଉପାୟ ଯାହା ଆମକୁ ଡ଼ାଇବେଟିସ ନିୟନ୍ତ୍ରଣରେ ସାହାଯ୍ୟ କରିବ ।
୧-ପ୍ରଥମେ ନିଜର ଶୋଇବା ଓ ଉଠିବାର ସମୟ ଧାର୍ଯ୍ୟ କରନ୍ତୁ ଓ ଶାରିରୀକ ପରିଶ୍ରମ କିଛି ନା କିଛି କରନ୍ତୁ ।
୨-ଖାଇବାର ସମୟ ସଠିକ ରଖନ୍ତୁ ଓ ଖାଦ୍ୟରେ ପୈାଷ୍ଟିକତାର ପରିମାଣ ଠିକ ରଖନ୍ତୁ
୩-ସାଧାରଣ ଭାବରେ ଆମ ଶରୀରର କାମ ଅନୂସାରେ କ୍ୟାଲୋରି ଗ୍ରହଣ କରନ୍ତୁ ଯଦି କମ କାମ କରୁଛନ୍ତ ତେବେ ଦୈନିକ ୧୪୦୦ କ୍ୟାଲୋରୀର ଖାଦ୍ୟ ଗ୍ରହଣ କରନ୍ତୁ ଯଦି ଅଧିକ ପରିଶ୍ରମ କରୁଛନ୍ତି ତେବେ ୧୬୦୦ କ୍ୟାଲୋରୀ ଖାଦ୍ୟ ଗ୍ରହଣ କରନ୍ତୁ ।
୪-ଯଦି ଚା’ ପିଉଛନ୍ତି ତେବେ ଚା’ ସହିତ ମିଠା ଓ ମଇଦା ବିସ୍କୁଟ ନଖାଇ ଆଲମଣ୍ଡ,ବାଦାମ ସହ ପିଅନ୍ତୁ ।
୫-ସକାଳ ଖାଦ୍ୟରେ ମୁଗ, ଓଟସ୍‌, ବେସନ ରେ ବନାଯାଇଥିବା ଖାଦ୍ୟ ଖାଆନ୍ତୁ । ଏହା ଦିନସାରା କାର୍ଯ୍ୟ କରିବାକୁ ଆପଣଙ୍କୁ ଶକ୍ତି ଯୋଗାଇବ ।
୬- ମଧ୍ୟାହ୍ନ ଖାଦ୍ୟରେ ପରିବା, ଡ଼ାଲି ,ପନୀର,ରାଜମା,ଅଣ୍ଡା,ଚିକେନ ଇତ୍ୟାଦି ନିଶ୍ଚୟ ଖାଆନ୍ତୁ ।
୭-ରାତ୍ରି ଖାଇବାରେ ପ୍ୟାକେଜ ଖାଦ୍ୟକୁ ଗ୍ରହଣ କରନ୍ତୁ ନାହିଁ ।
୮-ଅଧିକ ମାତ୍ରାରେ ଚିନି, ମିଠା,ଆଲୋକହଲ ଖାଆନ୍ତୁ ନାହିଁ ।
୯-ଦିନରେ କମସେ କମ ଗୋଟିଏ ଫଳ ଖାଆନ୍ତୁ ।
୧୦-ବେଶୀ କୁତ୍ରିମ ମିଠା ଯାତୀୟ ଦ୍ରବ୍ୟ ବ୍ୟବହାର କରନ୍ତୁ ନାହିଁ ତା’ ବଦଳରେ ମହୁ,ଖଜୁରୀ ଇତ୍ୟାଦି
ଖାଇ ପାରିବେ ।

LEAVE A REPLY

Please enter your comment!
Please enter your name here