28.1 C
Bhubaneswar
Wednesday, April 24, 2024
Homeବ୍ରେକୀଙ୍ଗପୁରୀ ହେପାଜତ ମୃତ୍ୟୁ: ହାଇକୋର୍ଟରେ ମାମଲା

ପୁରୀ ହେପାଜତ ମୃତ୍ୟୁ: ହାଇକୋର୍ଟରେ ମାମଲା

ଭୁବନେଶ୍ୱର: ପୁରୀ ହାଜତ ମୃତ୍ୟୁ ଅଭିଯୋଗ ମାମଲା ହାଇକୋର୍ଟରେ ପହଂଚିଛି । ହାଇକୋର୍ଟରେ ଜନସ୍ୱାର୍ଥ ମାମଲା କରିଛନ୍ତି ଶରତ ରାୟଗୁରୁ । କୋର୍ଟଙ୍କ ତତ୍ୱାବଧାନରେ ତଦନ୍ତ କରାଇବାକୁ ସେ ଅପିଲ କରିଛନ୍ତି । ସଂପୃକ୍ତ ପୋଲିସଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ବି ସେ ଅପିଲ କରିଥିବା ସୂଚନା ମିଳିଛି । ମାମଲା ପରେ ହାଇକୋର୍ଟ ଏହାକୁ ଗ୍ରହଣ କରିଛନ୍ତି । ସରକାରଙ୍କୁ ରିପୋର୍ଟ ତଲବ କରାଯାଇଛି । ପୋଷ୍ଟମର୍ଟମ ରିପୋର୍ଟ ସହ ସବିଶେଷ ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଆସନ୍ତା ସୋମବାର ଦିନ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ ହୋଇଛି । ସୂଚନାଯୋଗ୍ୟ, ଗତକାଲି ପୁଲିସ ହେପାଜତରେ ପୁରୀର କେ.ରମେଶ ନାମକ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା। ମୃତ ରମେଶଙ୍କ ବାପା, ମାଆ ଓ ଦାଦାକୁ ଗତ ବିଳମ୍ବିତ ରାତିରୁ ପୁଲିସ ଉଠାଇନେଇଛି। ଏଯାଏଁ ପୁଲିସ ସେମାନଙ୍କୁ ଛାଡ଼ିନଥିବା ସୂଚନା ରହିଛି । ସେପଟେ ଜାତୀୟ ମାନବାଧିକାର ଫ୍ରଣ୍ଟ୍‌ର ସଦସ୍ୟମାନେ ଏହି ଘଟଣାରେ ମୃତ ବ୍ୟକ୍ତିଙ୍କ ପରିବାର ଲୋକଙ୍କୁ ଭେଟିଛନ୍ତି। ମୃତକଙ୍କ ପରିବାରକୁ ୫୦ଲକ୍ଷ ଟଙ୍କା ସହାୟତା ପ୍ରଦାନ ସହ ଦୋଷୀଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରି ଗିରଫ କରିବାକୁ ଦାବି କରିଛନ୍ତି। NHRC ଗାଇଡ୍‌ଲାଇନ୍ ଅନୁସାରେ ଘଟଣାର ତଦନ୍ତ ହେବ ବୋଲି ପୁରୀ ଏସପି ଗତକାଲି କହିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking