33.1 C
Bhubaneswar
Monday, May 6, 2024
Homeଓଡିଶାଗୃହିଣୀଙ୍କ ଚିନ୍ତା : ଆଉ ଖାଇ ହେବନି ଖାଇବା ତେଲ

ଗୃହିଣୀଙ୍କ ଚିନ୍ତା : ଆଉ ଖାଇ ହେବନି ଖାଇବା ତେଲ

ଭୁବନେଶ୍ୱର: କରୋନା ଜନିତ ଲକ୍‌ଡାଉନ୍ ସଟ୍‌ଡାଉନ୍‌ରେ ଗରିବ ଓ ମଧ୍ୟବିତ୍ତଙ୍କ ଉପରେ ପଡ଼ିଛି ମହଙ୍ଗା ମାଡ଼ । ପେଟ୍ରୋଲ୍‌, ଡିଜେଲ୍ ଠାରୁ ଆରମ୍ଭ କରି ଖାଇବା ତେଲ ଦର ମଧ୍ୟ ଆକାଶଛୁଆଁ ହୋଇଯାଇଛି । ପ୍ରତି ଖାଉଟିଙ୍କ ମୁହଁରେ ସେଇ ଗୋଟିଏ କଥା ‘ଆଉ ଖାଇହେବନି ଖାଇବା ତେଲ’ । ଗତ କିଛିଦିନ ମଧ୍ୟରେ ଲଗାତାର ଭାବେ ଅନେକ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷର ଦରଦାମ୍ ବୃଦ୍ଧି ହେଉଛି । ଏହାର ପ୍ରଭାବ ସିଧାସଳଖ ସାଧାରଣ ଗ୍ରାହକଙ୍କ ଉପରେ ପଡ଼ୁଛି । ୮୦ରୁ ୮୫ ଟଙ୍କାରେ ପ୍ରତି ଲିଟର ମିଳୁଥିବା ରିଫାଇନ୍ ତେଲର ଦାମ୍ ୧୨୫ରୁ ଅଧିକ ହୋଇଥିବାବେଳେ ସୋରିଷ ତେଲ ଲିଟର ପିଛା ଦାମ୍ ୨୦୦ ଟଙ୍କା ଛୁଇଁଲାଣି । ରୋଷେଇ ପାଇଁ ନିତାନ୍ତ ଆବଶ୍ୟକୀୟ ପଦାର୍ଥ ଖାଇବା ତେଲ ହୋଇଥିôବାବେଳେ ଏଥିରେ ଅହେତୁକ ଦର ବୃଦ୍ଧିର ପ୍ରଭାବ ସିଧାସଳଖ ଖାଉଟିଙ୍କ ପକେଟ ଉପରେ ପଡ଼ିଛି । ଯାହାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ଦେଖିବାକୁ ମିଳିଛି ।

ଦର ବୃଦ୍ଧି ନେଇ ରାଜନୈତିକ ବୟାନବାଜି ସହ ପ୍ରତିବାଦରେ ବିଭିନ୍ନ ସଂଗଠନ ରାଜରାସ୍ତା ଓହ୍ଲାଉଛନ୍ତି । ଅନ୍ୟପଟେ ତେଲଦରରେ ରିଆତି ପାଇଁ ଦୋକାନୀ ଓ ଖାଉଟିଙ୍କ ମଧ୍ୟରେ ତୁ ତୁ ମେଁ ମେଁ ନଜରକୁ ଆସୁଛି । କିନ୍ତୁ ଖାଇବା ତେଲ ଦରରେ ଲଗାମ ଲାଗିବା ପରିବର୍ତ୍ତେ ଲଗାତାର ଦର ବୃଦ୍ଧି ବେଡ଼ୀ ଉପରେ କୋରଡ଼ା ମାଡ଼ ସଦୃଶ ହୋଇଛି । କେବଳ ଖାଇବା ତେଲ ନୁହେଁ ଡାଲି ଜାତୀୟ ଶସ୍ୟ ଠାରୁ ଆରମ୍ଭ କରି ଅନ୍ୟାନ୍ୟ ଅତ୍ୟାବଶ୍ୟକୀୟ ସାମଗ୍ରୀର ଦରବୃଦ୍ଧି ହେବାରେ ଲାଗିଛି । ଦେଶବ୍ୟାପୀ ଖାଇବା ତେଲର ଦାମ୍ ବଢ଼ିଥିବା କେନ୍ଦ୍ର ଖାଦ୍ୟ ଓ ଖାଉଟି ବ୍ୟାପାର ମନ୍ତ୍ରୀ ପିୟୂଷ ଗୋୟଲ ସ୍ୱୀକାର କରିଛନ୍ତି । ସଂସଦରେ ଉତ୍ତର ରଖି କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ୨୦୧୬ରୁ ଦେଖିଲେ ଚଳିତ ବର୍ଷ ଖାଇବା ତେଲ ଦର ସବୁଠାରୁ ଅଧିକ ବଢ଼ିଛି ।

କରୋନା କାଳରେ ଅନ୍ତର୍ଜାତୀୟ ମାର୍କେଟରେ ତେଲର ଦରବୃଦ୍ଧି ଘଟିଛି । ଲୋକଙ୍କ ଚାହିଦା ବଢ଼ିଥିବା ବେଳେ ପ୍ରତିକୂଳ ପାଣିପାଗ ଯୋଗୁଁ ଘରୋଇ ଉତ୍ପାଦନ ହ୍ରାସ ପାଇଛି । ଏଣୁ ଖୁଚୁରା ବଜାରରେ ଖାଇବା ତେଲର ଦରବୃଦ୍ଧି ହୋଇଥିବା ସେ ଦର୍ଶାଇଛନ୍ତି । ସନଫ୍ଲାୱାର ତେଲ ଦର ସର୍ବାଧିକ ୪୦.୬ ପ୍ରତିଶତ, ସୋୟାବିନ୍ ତେଲ ୩୭ ପ୍ରତିଶତ ଏବଂ ପାମୋଲିନ୍ ତେଲ ଦରରେ ୩୫. ୩ ପ୍ରତିଶତ ବୃଦ୍ଧି ଘଟିଛି । ଗତବର୍ଷ ତୁଳନାରେ ସୋରିଷ ତେଲ ୨୯  ପ୍ରତିଶତ ବଢ଼ିଥିବାବେଳେ ଚିନାବାଦାମ୍ ତେଲ ୧୭ ପ୍ରତିଶତ ଏବଂ ବନସ୍ପତି ଦର ୩୫ ପ୍ରତିଶତ ବଢ଼ିଛି ।  ଅନ୍ୟପଟେ ରାଜ୍ୟସଭାରେ ଖାଦ୍ୟ ଓ ଉପଭୋକ୍ତାଙ୍କର ମାମଲାକୁ ନେଇ ରାଜ୍ୟମନ୍ତ୍ରୀ ଅଶ୍ୱିନୀ କୁମାର ଚୌବେ କହିଥିଲେ ଯେ ଖାଦ୍ୟ ପଦାର୍ଥ ମହଙ୍ଗା ରୋକିବା ପାଇଁ ସରକାର ପ୍ରୟାସ ଚଳାଇଛନ୍ତି । କିପରି ଏହି ବୃଦ୍ଧିରେ ଅଙ୍କୁଶ ଲଗାଯାଇପାରିବ ସେ ଦିଗରେ ସରକାର ଲଗାତର ଉଦ୍ୟମ କରୁଛନ୍ତି । ତେବେ ଦରବୃଦ୍ଧିରେ କେବେ ଲଗାମ ଲାଗିବ ତାହାକୁ ସାଧାରଣ ଖାଉଟି ଅପେକ୍ଷା କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking