39.1 C
Bhubaneswar
Wednesday, April 24, 2024
Homeଓଡିଶାମହିଳା କମିଶନର ଦ୍ୱାରସ୍ଥ ହେଲେ ପ୍ରତିମା

ମହିଳା କମିଶନର ଦ୍ୱାରସ୍ଥ ହେଲେ ପ୍ରତିମା

ପୁରୀ : ସ୍ୱାମୀଙ୍କ ଦ୍ୱାରା ମାନସିକ ଯନ୍ତ୍ରଣା ଦିଆଯିବା ଓ ଜୀବନରୁ ମାରିଦେବା ପାଇଁ ଉଦ୍ୟମ ସମ୍ପର୍କରେ ଅଭିଯୋଗ କରି ରାଜ୍ୟ ମହିଳା କମିଶନର ଦ୍ୱାରସ୍ଥ ହୋଇଛନ୍ତି ତାଳବଣିଆ ଥାନା ଅନ୍ତର୍ଗତ ଶୈଳଶ୍ରୀ ବିହାରର ଚିତ୍ରସେନ ରାଉତରାୟଙ୍କ ପତ୍ନୀ ପ୍ରତିମା ନାୟକ(୩୮) । ଶ୍ରୀମତୀ ନାୟକ ଅଭିଯୋଗ କରିଛନ୍ତି ଯେ ଗତ ୨୦୦୩ ମସିହା ସେପ୍ଟେମ୍ବର ୧୯ତାରିଖରେ ସେ ରାମଚଣ୍ଡୀ ଥାନା ଅନ୍ତର୍ଗତ ଛଇତନାର ସ୍ୱର୍ଗତ ଧୀରେନ୍ଦ୍ର ରାଉତରାୟଙ୍କ ପୁଅ ଚିତ୍ରସେନଙ୍କୁ ବିବାହ କରିଥିଲେ । ଏବେ ସେ ନିଜର ୧୩ବର୍ଷ ଓ ୫ବର୍ଷ ବୟସର ୨ପୁଅଙ୍କ ସହ ରହୁଛନ୍ତି । ଚିତ୍ରସେନ ତାଙ୍କ ଅଗୋଚରରେ କଟକର ଜଣେ ମହିଳାଙ୍କୁ ବିବାହ କରିଥିବା ବେଳେ ପୁରୀର ଅନ୍ୟ ଜଣେ ବିବାହିତା ମହିଳାଙ୍କ ସହ ସ୍ୱାମୀସ୍ତ୍ରୀ ଭଳି ରହୁଛନ୍ତି । ପୂର୍ବରୁ ପୁରୀର ଅନ୍ୟ ଜଣେ ମହିଳାଙ୍କୁ ବିବାହ କରି ଅନ୍ୟତ୍ର ଘରଭଡ଼ା ନେଇରହୁଛନ୍ତି ।

ଚିତ୍ରସେନଙ୍କ ଔରସରୁ ତାଙ୍କର ଗୋଟିଏ ଝିଅ ରହିଛି । ଚିତ୍ରସେନ ତାଙ୍କୁ ଧମକ ଚମକ ଦେଉଥିବା, ମରଣାନ୍ତକ ଆକ୍ରମଣ କରୁଥିବା ଓ ଘରେ ମଦ ଆଡ୍ଡା କରୁଥିବା ଶ୍ରୀମତୀ ନାୟକ ଅଭିଯୋଗ କରିବା ସଙ୍ଗେ ସଙ୍ଗେ ମହିଳା କମିଶନଙ୍କୁ ଜଣାଇଛନ୍ତି ଯେ ସେ ପୁରୀର ଫ୍ୟାମିଲି ଜଜଙ୍କ ନିକଟରେ ବିବାହ ବିଚ୍ଛେଦ ପାଇଁ ଆବେଦନ କରିଛନ୍ତି । ତାଙ୍କୁ ଚିତ୍ରସେନ ଆକ୍ରମଣ କରିଥିବା ନେଇ ଏସଡ଼ିଜେଏମଙ୍କ ଅଦାଲତରେ ମଧ୍ୟ ଏକ ମାମଲା ବିଚାରଧୀନ ଅଛି । ଚିତ୍ରସେନ ତାଙ୍କ ଦସ୍ତଖତକୁ ଜାଲ କରି ବିଭିନ୍ନ ବ୍ୟାଙ୍କରୁ ଋଣ କରୁଥିବା ଓ ଅସାମାଜିକ ଲୋକଙ୍କ ମାଧ୍ୟମରେ ତାଙ୍କୁ ଧମକ ଦେଉଥିବା ଅଭିଯୋଗ କରିବା ସହ ତାଙ୍କୁ ସୁରକ୍ଷା ଦିଆଯିବା ସହ ନ୍ୟାୟ ପ୍ରଦାନ ପାଇଁ ଶ୍ରୀମତୀ ନାୟକ ମହିଳା କମିଶନ ଅଧ୍ୟକ୍ଷାଙ୍କୁ ନିବେଦନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking