ତିନି ଦିନ ଧରି ଲଗାଣ ବର୍ଷା ଯୋଗୁଁ ପାଣିପଶି ଭୁଷୁଡିଲା ଦୁଇ ପରିବାରଙ୍କ ଘର

House collapsed due to heavy rains.

ନୟାଗଡ : ନୟାଗଡ ଜିଲ୍ଲା ନଡିଆଳି ଗ୍ରାମ ପଞ୍ଚାଯତ ର ନଡିଆଳି ଗ୍ରାମ ରେ ବସବାସ କରନ୍ତି ଭୀମ ମୁଦୁଲୀଓ ପ୍ରହଲ୍ଲାଦ ମୁଦୁଲିଙ୍କ ପରିବାର। ତିନିଦିନ ଧରି ଲଗାଣ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ଥିବାବେଳେ ଘର ଭୁଶୁଡିବା ଜଣାପଡିଛି ଭୀମ ଓ ପ୍ରହଲ୍ଲାଦଙ୍କ ପରିବାର କ୍ଷେତ୍ରରେ। ବର୍ଷା ବଇରୀ ସାଜି ଛଡେଇ ନେଇଛି ଦୁଇ ପରିବାର ଙ୍କ ଖୁସି । ଦୁଇ ପରିବାର ଦୁଖ କଷ୍ଟରେ ଜୀବନ ବିତାଉଥିବା ବେଳେ ଘର ଖଣ୍ଡେ ତାଙ୍କ ପାଇଁ ସାତ ସପନ।  କିନ୍ତୁ ଏହି ସମୟରେ ଦୁଖ ବୁଝିବ କିଏ ? ତିନି ଦିନ ଧରି ବର୍ଷା ର ପ୍ରକ୍ୱପରେ ଘର ଦ୍ଵାରା ଭାଙ୍ଗି ଯାଇଥିବା ବେଳେ ଅନ୍ୟର ଦ୍ଵାରରେ ଆଶ୍ରୟ ନେଇଛନ୍ତି ଦୁଇ ପରିବାର। ପ୍ରଶାସନର ଦ୍ରୁଷ୍ଟି ନ ପଡିଥିଲେ ମଧ୍ୟ ଗ୍ରାମବାସୀଙ୍କ ଜରିଆରେ ସାହାଯ୍ୟ ପାଇଁ ପ୍ରଶାସନକୁ ଅନୁରୋଧ କରିଛନ୍ତି !

LEAVE A REPLY

Please enter your comment!
Please enter your name here