26.1 C
Bhubaneswar
Friday, August 7, 2026
Homeଓଡିଶାଅନୁଗୋଳରେ ଭୟଙ୍କର ଘଟଣା: ୩ ଭାଲୁଙ୍କ ଆକ୍ରମଣରେ ଚାଷୀ ଗୁରୁତର

ଅନୁଗୋଳରେ ଭୟଙ୍କର ଘଟଣା: ୩ ଭାଲୁଙ୍କ ଆକ୍ରମଣରେ ଚାଷୀ ଗୁରୁତର

ଅନୁଗୋଳ:  ଅନୁଗୋଳ ଜିଲ୍ଲା ଛେଣ୍ତିପଦା ବନାଞ୍ଚଳର ଚରାକାନୀ ଗ୍ରାମରେ ଭାଲୁ ଆକ୍ରମଣରେ ଜଣେ ଚାଷୀ ଗୁରୁତର ଆହତ ହୋଇଛନ୍ତି । ଆହତ ଚାଷୀ ହେଲେ ନିରଞ୍ଜନ ସାହୁ । ସୂଚନା ଅନୁସାରେ, ନିରଞ୍ଜନ ଜଙ୍ଗଲ ପାଖରେ ଥିବା ଧାନ ବିଲରେ ଚାଷ କାମ କରୁଥିବା ବେଳେ ହଠାତ୍ ୩ଟି ଭାଲୁ ତାଙ୍କ ଉପରେ ଆକ୍ରମଣ କରିଥିଲେ । ଭାଲୁ ଆକ୍ରମଣରେ ସେ ଚିତ୍କାର କରିବାରୁ ନିକଟସ୍ଥ ଲୋକମାନେ ଦୌଡ଼ିଆସି ପାଟି କରିଥିଲେ ।ଏହାପରେ ଭାଲୁଗୁଡ଼ିକ ଜଙ୍ଗଲ ଭିତରକୁ ପଳାଇଯାଇଥିଲେ । ସ୍ଥାନୀୟ ଲୋକଙ୍କ ସହାୟତାରେ ଗୁରୁତର ଅବସ୍ଥାରେ ନିରଞ୍ଜନଙ୍କୁ ଉଦ୍ଧାର କରାଯାଇ ଛେଣ୍ତିପଦା ମେଡିକାଲରେ ଭର୍ତ୍ତି କରାଯାଇଛି । ତାଙ୍କ ପାଦ, ଡାହାଣ ହାତର ଆଙ୍ଗୁଠି ଓ ଜଙ୍ଘରେ ଗଭୀର ଆଘାତ ଲାଗିଥିବା ଡାକ୍ତରମାନେ ସୂଚନା ଦେଇଛନ୍ତି । ଘଟଣା ପରେ ଅଞ୍ଚଳରେ ଭାଲୁ ଆତଙ୍କ ଖେଳିଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking