25.1 C
Bhubaneswar
Tuesday, March 18, 2025
Homeଦେଶ ବିଦେଶମାଡ୍ରାସ ଆଇଆଇଟିରେ ଏବର୍ଷ ସର୍ବାଧିକ ପ୍ଲେସମେଣ୍ଟ୍‌

ମାଡ୍ରାସ ଆଇଆଇଟିରେ ଏବର୍ଷ ସର୍ବାଧିକ ପ୍ଲେସମେଣ୍ଟ୍‌

ନୂଆଦିଲ୍ଲୀ: ଚଳିତବର୍ଷ ମାଡ୍ରାସ ଆଇଆଇଟିରେ ସର୍ବାଧିକ ପ୍ଲେସ୍‌ମେଣ୍ଟ ହୋଇଥିବା ଜଣାପଡିଛି । ୨୦୨୧-୨୨ ଶିକ୍ଷାବର୍ଷ ପାଇଁ ହୋଇଥିବା କ୍ୟାମ୍ପସ ମନୋନୟନରେ ୩୮୦ କମ୍ପାନୀ ମାଡ୍ରାସ ଆଇଆଇଟିକୁ ଆସିଥିବାବେଳେ ୧୧୯୯ ଛାତ୍ରଛାତ୍ରୀ ଚାକିରି ପାଇଥିବା କୁହାଯାଇଛି । ଏହାବ୍ୟତୀତ ଗ୍ରୀଷ୍ମକାଳୀନ ଇନ୍‌ଟର୍ନସିପ୍‌ରେ ଭାଗନେଇଥିବା ୨୩୧ ଛାତ୍ରଙ୍କୁ ମଧ୍ୟ ପ୍ରି-ପ୍ଲେସ୍‌ମେଣ୍ଟ ନିଯୁକ୍ତି ପତ୍ର ଦିଆଯାଇଛି । ଫଳରେ ଚାକିରି ପାଇଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ୧୪୩୦ରେ ପହଞ୍ଚିଛି । ୨୦୧୮-୧୯ରେ ମାଡ୍ରାସ ଆଇଆଇଟିର ମୋଟ ୧୧୫୧ ଛାତ୍ରଛାତ୍ରୀଙ୍କୁ କ୍ୟାମ୍ପସ ସିଲେକ୍‌ସନ ଜରିଆରେ ନିଯୁକ୍ତି ମିଳିଥିଲା ।

ଏବର୍ଷ ୪୫ ଛାତ୍ରଛାତ୍ରୀ ବିଦେଶୀ କମ୍ପାନୀରେ ଚାକିରି ପାଇଥିବା ଜଣାପଡିଛି । ଏପରିକି ମାଡ୍ରାସ ଆଇଆଇଟିରେ ଏମବିଏ ପାଠ୍ୟକ୍ରମରେ ନାମ ଲେଖାଇଥିବା ସମସ୍ତ ୬୧ ଛାତ୍ରଛାତ୍ରୀଙ୍କୁ ଚାକିରି ମିଳିଥିବାରୁ ଏହା ଏକ ରେକର୍ଡ ବୋଲି କୁହାଯାଇଛି । ଚଳିତବର୍ଷ ମାଡ୍ରାସ ଆଇଆଇଟିରେ କ୍ୟାମ୍ପସ ସିଲେକ୍‌ସନରେ ଚାକିରି ପାଇଥିବା ଛାତ୍ରଛାତ୍ରୀଙ୍କ ହାରାହାରି ବାର୍ଷିକ ବେତନ ୨୧.୪୮ ଲକ୍ଷ ଟଙ୍କା ବୋଲି ଜଣାପଡିଛି । ସବୁଠାରୁ ଅଧିକ ବାର୍ଷିକ ବେତନ ୧.୯୮ କୋଟି ଟଙ୍କା ଛୁଇଁଥିବା କୁହାଯାଇଛି । ଏମାନଙ୍କ ମଧ୍ୟରୁ ୮୦ ପ୍ରତିଶତ ଛାତ୍ରଛାତ୍ରୀଙ୍କୁ ନିଯୁକ୍ତି ପତ୍ର ମିଳିସାରିଛି । ଅନ୍ୟ ଆଇଆଇଟି ତୁଳନାରେ ମାଡ୍ରାସ ଆଇଆଇଟିର ପ୍ଲେସ୍‌ମେଣ୍ଟ ଏବର୍ଷ ଅଧିକ ସଫଳତା ହାସଲ କରିଛି ବୋଲି ପ୍ଲେସ୍‌ମେଣ୍ଟ୍ ପରାମର୍ଶଦାତା ପ୍ରଫେସର ସି.ଏସ.ଶଙ୍କର ରାମ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking