26.1 C
Bhubaneswar
Wednesday, October 9, 2024
Homeଦେଶ ବିଦେଶମହାରାଷ୍ଟ୍ରରେ କୋଇଲା ବ୍ଲକ୍ ଆବଣ୍ଟନ ମାମଲା: ପୂର୍ବତନ କୋଇଲା ସଚିବଙ୍କୁ ୩ ବର୍ଷ ଜେଲଦଣ୍ଡ

ମହାରାଷ୍ଟ୍ରରେ କୋଇଲା ବ୍ଲକ୍ ଆବଣ୍ଟନ ମାମଲା: ପୂର୍ବତନ କୋଇଲା ସଚିବଙ୍କୁ ୩ ବର୍ଷ ଜେଲଦଣ୍ଡ

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ କୋଇଲା ବ୍ଲକ୍ ଆବଣ୍ଟନ ମାମଲାରେ ସ୍ୱତନ୍ତ୍ର ସିବିଆଇ କୋର୍ଟ ସୋମବାର ପୂର୍ବତନ କେନ୍ଦ୍ର କୋଇଲା ସଚିବ ଏଚ.ସି.ଗୁପ୍ତାଙ୍କୁ ୩ ବର୍ଷ ଜେଲ୍ ଦଣ୍ଡାଦେଶ ପ୍ରଦାନ କରିଛନ୍ତି । ଏହାବ୍ୟତୀତ ଏହି ମାମଲାରେ କୋଇଲା ବିଭାଗର ପୂର୍ବତନ ଯୁଗ୍ମ ସଚିବ କେ.ଏସ.କ୍ରୋଫାଙ୍କୁ ୨ ବର୍ଷ ଏବଂ ନାଗପୁରସ୍ଥିତ କୋଇଲା ଫାର୍ମ ଗ୍ରେସ୍ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (ଜିଆଇଏଲ)ର ନିର୍ଦ୍ଦେଶକ ମୁକେଶ ଗୁପ୍ତାଙ୍କୁ ୪ ବର୍ଷ ଜେଲଦଣ୍ଡ ପ୍ରଦାନ କରିଛନ୍ତି ।

ପୁନଶ୍ଚ କୋର୍ଟ ପକ୍ଷରୁ କୋଇଲା ସଚିବଙ୍କ ଉପରେ ୧ ଲକ୍ଷ, ଯୁଗ୍ମ ସଚିବଙ୍କ ଉପରେ ୫୦ ହଜାର ଏବଂ ଜିଆଇଏଲ ନିର୍ଦ୍ଦେଶକ ଗୁପ୍ତାଙ୍କ ଉପରେ ୨ ଲକ୍ଷ ଟଙ୍କାର ଜୋରିମାନା ମଧ୍ୟ ଲାଗୁ କରାଯାଇଛି । ଦୁର୍ନୀତି ନିବାରଣ ଆଇନ ଅନୁଯାୟୀ ସିବିଆଇ କୋର୍ଟ ଏହି ତିନିଜଣଙ୍କୁ ଜୁଲାଇ ୨୯ରେ ଦୋଷୀସାବ୍ୟସ୍ତ କରିଥିଲେ । ୨୦୦୫ରୁ ୨୦୧୧ ମଧ୍ୟରେ ଏହି ଅଭିଯୁକ୍ତମାନେ ସରକାରଙ୍କୁ ଭୁଲ ତଥ୍ୟ ପ୍ରଦାନ କରି ଉକ୍ତ କମ୍ପାନୀକୁ କୋଇଲା ବ୍ଲକ୍ ହାତେଇବାରେ ସହଯୋଗ କରିଥିବା ଅଭିଯାଗ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking